ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଦିଲ୍ଲୀରେ ବୁଲଡୋଜର ଆକ୍ସନ ; ଏହି ଅଞ୍ଚଳରୁ ହଟାଗଲା ବେଆଇନ କବଜା

Published By : Prameya | November 26, 2024 10:14 PM

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅବୈଧ କବଜା ବିରୋଧରେ ଏମସିଡି ପୁଣି ଥରେ ଆକ୍ସନ ଆରମ୍ଭ କରି ଦେଇଛି। ଏମସିଡି ସୋମବାର ମଧ୍ୟ ବେଆଇନ କବଜା ବିରୋଧରେ ଅଭିଯାନ ଚଲାଇ ଥିଲା। ଏବେ ମଙ୍ଗଳବାର ଉତ୍ତର ପୂର୍ବ ଦିଲ୍ଲୀର ଖଜୁରୀ ଅଞ୍ଚଳରେ ବେଆଇନ କବଜା ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ସାମନାକୁ ଆସିଛି। ମଙ୍ଗଳବାର ଦେଢ କିଲୋମିଟରର ଦୀର୍ଘ ସଡ଼କରେ ନଗର ନିଗମ କବଜାକୁ ହଟେଇ ଦେଇଛି। ନିଗମର ଶାହଦରା ଉତ୍ତରୀ ଜୋନ୍‌ରେ ଫୁଟପାଥରେ ଦୀର୍ଘ ସମୟରୁ ବେଆଇନ କବଜା ରହି ଥିଲା। 

ସ୍ଥାନୀୟ ନିବାସୀମାନେ ଏହି ସମ୍ୱନ୍ଧରେ ନିଗମ ପ୍ରଶାସନକୁ ଅଭିଯୋଗ ମଧ୍ୟ କରି ଥିଲେ। ଏହି କାର୍ଯ୍ୟାନୁଷ୍ଠାନ ବେଳେ ବୁଲଡୋଜରର ବ୍ୟବହାର କରାଯାଇଛି। କାର୍ଯ୍ୟାନୁଷ୍ଠାନରେ ଜେସିବି ମେସିନ ମାଧ୍ୟମରେ ବେଆଇନ କବଜାକୁ ହଟାଇ ଜିନିଷକୁ ଜବତ କରାଯାଇଛି। ଏହି ସମୟରେ ନିଗମର ବିଭାଗ ଗୁଡ଼ିକର ଅଧିକାରୀ, କର୍ମଚାରୀଙ୍କ ସହ ଦିଲ୍ଲୀ ପୁଲିସର ଟିମ୍ ମଧ୍ୟ ଉପସ୍ଥିତ ରହି ଥିଲେ। 

ଏହା ପୂର୍ବରୁ ଦିଲ୍ଲୀ ନଗର ନିଗମ ସୋମବାର ଶାହଦରା ଉତ୍ତର ଓ ଦକ୍ଷିଣ ଜୋନରେ ବେଆଇନ କବଜା ବିରୋଧରେ ଅଭିଯାନ ଚଲାଇ ଥିଲେ। ଏମସିଡି ଶାହଦରା ଉତ୍ତର ଓ ଦକ୍ଷିଣ ଜୋନ୍‌ରେ ରାସ୍ତା ଗୁଡିକରୁ କବଜାକୁ ହଟାଇ ଥିଲେ। ପ୍ରାପ୍ତ ସୂଚନା ମୁତାବିକ, ଏମସିଡି ସୋମବାର ୱାର୍ଡ-୨୧୮ ସୁନ୍ଦରନଗରୀର କବରସ୍ଥାନ ରୋଡ୍‌ରୁ ପାଖାପାଖି ଅଧ କିଲୋମିଟର ଯାଏ ସଡ଼କରେ କରାଯାଇ ଥିବା ଅସ୍ଥାୟୀ କବଜାକୁ ହଟାଇଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.