PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

୨୭ ବର୍ଷ ହେଲା ନେଇନଥିଲେ ଛୁଟି, ଉପହାରରେ ମିଳିଲା ୨.୩୬ କୋଟି ଟଙ୍କା

ନୂଆଦିଲ୍ଲୀ ୦୫/୦୭: କିଛି ଲୋକ ନିଜର କାମ ପ୍ରତି ଅତ୍ୟନ୍ତ ସମର୍ପିତ ହୋଇଥାନ୍ତି । ସେମାନେ ସମୟ ଦେଖି ଆଦୌ କାମ କରନ୍ତି ନାହିଁ । କର୍ମସଂସ୍ଥାନକୁ ନିଜର ଭାବି ଦିନ ରାତି କଠିନ ପରିଶ୍ରମ କରନ୍ତି । ଦିନଟିଏ ଛୁଟି ନେବାକୁ ବି ଆଦୌ ପସନ୍ଦ କରନ୍ତି ନାହିଁ । ଆମେରିକା ସ୍ଥିତ ଲସ୍‌ଭେଗାସ୍‌ର ୫୪ ବର୍ଷୀୟ କେଭିନ୍‌ ଫୋର୍ଡ ସେମାନଙ୍କ ମଧ୍ୟରେ ଅନ୍ୟତମ ।

ବର୍ଗର୍‌ କିଙ୍ଗ୍‌ ଫୁଡ୍‌ କଂପାନିରେ କ୍ୟାସିୟର ଭାବେ କେଭିନ୍‌ କାମ କରନ୍ତି । ଚାକିରି କାଳ ମଧ୍ୟରେ ବିଗତ ୨୭ ବର୍ଷ ହେଲା ସେ ଦିନଟିଏ ବି ଛୁଟି ନେଇନଥିଲେ । ନିକଟରେ କଂପାନିରେ ତାଙ୍କର ୨୭ତମ ବର୍ଷ ପୂର୍ତ୍ତି ଅବସରରେ ପରିଚାଳନା କର୍ତ୍ତୃପକ୍ଷ ତାଙ୍କୁ ଏକ ଫିଲ୍ମ ଟିକେଟ୍‌, ଷ୍ଟାରବକ୍ସ ସ୍ଲିପର, କ୍ୟାଣ୍ଡି ଓ ଚକୋଲେଟ୍‌ରେ ପୂର୍ଣ୍ଣ ବ୍ୟାଗ୍‌ ଉପହାର ଦେଇଥିଲେ । କିନ୍ତୁ ଏତେ ବର୍ଷର କଠିନ ପରିଶ୍ରମ ବଦଳରେ ଏହି ମାମୁଲି ଉପହାରକୁ କେଭିନ୍‌ଙ୍କ ଝିଅ ଗ୍ରହଣ କରିପାରିଲେ ନାହିଁ ।

ବାପାଙ୍କୁ ତାହାଠାରୁ ଅଧିକ କିଛି ଆବଶ୍ୟକ ବୋଲି ମନେକରି ସେ ତାଙ୍କ ଲାଗି ‘ଗୋ ଫଣ୍ଡମି’ ନାମରେ ଏକ ପେଜ୍‌ ବନାଇଥିଲେ । ତା’ ମାଧ୍ୟମରେ କେଭିନ୍‌ଙ୍କୁ ଏବେ ଯାଏ ୨.୩୬ କୋଟି ଟଙ୍କା ଉପହାର ଆକାରରେ ମିଳିଛି । କମେଡିଆନ୍‌ ଓ ଅଭିନେତା ଡେଭିଡ୍‌ ସ୍ପେଡ୍‌ କେଭିନ୍‌ଙ୍କୁ ଟଙ୍କା ଦାନ କରିବାରେ ପ୍ରଥମ ବ୍ୟକ୍ତି ଥିଲେ । ସେ ପ୍ରାୟ ୩.୯ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ତାଙ୍କ ପାଖକୁ ଅନୁଦାନର ସୁଅ ଛୁଟିଥିଲା ।