ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଘରୋଇ ବସ୍‌ ଜାଳିଦେଲେ ମାଓବାଦୀ

ମାଥିଲି/ଗୋବିନ୍ଦପାଲ୍ଲି,୨୯ା୧(ଆପ୍ର): ଭାରତ ବନ୍ଦ ଡାକରାର ଚତୁର୍ଥ ଦିନରେ ମାଲକାନଗିରି ଜିଲ୍ଲାରେ ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ । ଛତିଶଗଡ଼ ସୀମାନ୍ତ ମାଥିଲି ବ୍ଲକ୍‌ କମାରପାଲ୍ଲି ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଜାଳି ଦେଇଛନ୍ତି ଏକ ଘରୋଇ ବସ୍‌ । ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଲଙ୍କାକାଣ୍ଡ । ଆଜି ସକାଳେ ପୁଲିସ୍‌ ଏବଂ ବିଏସ୍‌ଏଫ୍‌ ଯବାନମାନେ ପହଞ୍ଚି ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ପରିତାପର ବିଷୟ ହେଲା, ମାଓବାଦୀମାନେ ଯେଉଁଠି ଏହି କାଣ୍ଡ ଘଟାଇଛନ୍ତି ସେଠାରୁ ମାତ୍ର ୫ କିମି ଦୂର କିଆଙ୍ଗଠାରେ ରହିଛି ବିଏସ୍‌ଏଫ୍‌ ବାଟାଲିୟନ୍‌ । ସେହିପରି ୧୨ କିମି ଦୂର ସାଲିମିଠାରେ ବି ବିଏସ୍‌ଏସ୍‌ କ୍ୟାମ୍ପ ରହିଛି । ମାତ୍ର ୧୦ କିମି ଭିତରେ ଦୁଇଟି ବିଏସ୍‌ଏଫ୍‌ କ୍ୟାମ୍ପ ରହିଥିବା ବେଳେ ମାଓବାଦୀମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଏଭଳି ହିଂସାକାଣ୍ଡ ଘଟାଇବାରେ ସଫଳ ହୋଇଛନ୍ତି ।
ସୋମବାର ରାତିରେ ଯାତ୍ରୀଙ୍କୁ ଧରି ଘରୋଇ ବସ୍‌ ‘ନଋିଆରାଣୀ’ ମୋଟୁ, ମାଲକାନଗିରି ଭାୟା ମାଥିଲି ଦେଇ କମାରପାଲ୍ଲି ଯାଉଥିଲା । ରାତି ପ୍ରାୟ ୭ଟାରେ ବସ୍‌ଟି ପହଞ୍ଚିଥିଲା ମୁଣ୍ଡାଗୁଡାରେ । ସେଠାରେ ଗାଡ଼ିରେ ରୋଷେଇ କରି ଡ୍ରାଇଭର୍‌, ହେଲପର୍‌ ଓ କଣ୍ଡକ୍ଟର ଖାଉଥିବା ବେଳେ ପ୍ରାୟ ୩୦ ଜଣ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ । ଭାରତ ବନ୍ଦ ଡାକରା ସମୟରେ କାହିଁକି ବସ୍‌ ଚଳାଇଲ ବୋଲି କହି ଡ୍ରାଇଭର୍‌ ଓ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏକ ଟାଙ୍ଗିଆରେ ବସ୍‌ର ଡିଜେଲ୍‌ ଟାଙ୍କି ଭାଙ୍ଗିଥିଲେ । ପରେ ବସ୍‌ ଉପରେ ଡିଜେଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ । ବସ୍‌ଟି ସଂପୂର୍ଣ୍ଣ ଜଳିଯାଇଛି । ଆଜି ସକାଳେ ମାଥିଲି ପୁଲିସ୍‌ ଏବଂ ବିଏସ୍‌ଏଫ୍‌ ଯବାନମାନେ ସୀମା ସିଲ୍‌ କରିବା ସହ ପାଟ୍ରୋଲିଂ ଓ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରିଥିଲେ। ହିଂସାକାଣ୍ଡ ପଛରେ ସୀମାନ୍ତ ଛତିଶଗଡ଼ ଦରଭା ଡିଭିଜନ୍‌ ମାଓବାଦୀଙ୍କ ହାତ ଥିବା କହିଛନ୍ତି ଏସ୍‌ପି ଜଗମୋହନ ମୀନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.