ନାରାୟପାଟଣା,୦୨/୧୦: ମୁହାଁମୁହିଁ ଧକ୍କା ହେଲା ବସ୍‌ ଏବଂ ଟ୍ରକ୍‌ । ଏହି ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଗୁରୁତର ହୋଇଛନ୍ତି । ଟ୍ରକ୍‌ ଭିତରେ ଚାଳକ ଫସି ରହିଥିବାବେଳେ ବସ୍‌ରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି । କୋରାପୁଟ ଜିଲ୍ଲା ତୋୟାପୁଟ ନିକଟରେ ଦୁର୍ଘଟଣା ଏଭଳି ଘଟଣା ଘଟିଛି ।

ସୂଚନା ମୁତାବତ, ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହେଲା ବସ୍‌ ଏବଂ ଟ୍ରକ୍‌ । ଏହି ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଗୁରୁତର ହେବା ସହ ଟ୍ରକ୍‌ ଚାଳକ ଗାଡ଼ି ଭିତରେ ଫସି ରହିଛନ୍ତି । ଏହା ସହ ବସ୍‌ରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଲଷ୍ମୀପୁର ସ୍ଥାନାନ୍ତର କରିଛି । ଏହା ସହ ଫସି ରହିଥିବା ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛି ପୋଲିସ ।