ହରଭଙ୍ଗା, ୧୧।୨ : ବଲାଙ୍ଗୀର ରୁ ଭୁବନେଶ୍ୱର ଯାଉଥିବା ଏକ ବସ୍ ବାରିଙ୍ଗ ଝିଲିମିଲିଆ ଘାଟିରେ ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା। ଦୁର୍ଘଟଣା ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ବାଣୀଗୋଛା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏକ ବସ ବଲାଙ୍ଗୀର ରୁ ଭୁବନେଶ୍ୱର ଅଭିମୁଖେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବାହାରିଥିଲା । କିନ୍ତୁ ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ଫାଣ୍ଡି ଅନ୍ତର୍ଗତ ବାରିଙ୍ଗ ଝିଲିମିଳି ଘାଟି ଚଢିବା ସମୟରେ ହଠାତ ଗାଡିର ବ୍ରେକ୍ ଫେଲ ହୋଇଥିଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ ଘାଟିରୁ ୨୦ଫୁଟ ତଳକୁ ଖସି ପଡି ଯାଇଥିଲା । ଗାଡି ରେ ଥିବା ଯାତ୍ରୀ ଙ୍କ ମଧ୍ୟରୁ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।