ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଝାଡଖଣ୍ଡ ହଜାରିବାଗରେ ଓଲଟିଲା ଯାତ୍ରାବାହୀ ବସ୍; ୭ମୃତ, ଏକାଧିକ ଆହତ

Published By : Anindita Ratha | November 21, 2024 11:47 AM

ନୂଆଦିଲ୍ଲୀ,୨୧/୧୧:ଝାଡଖଣ୍ଡର ହଜାରିବାଗରେ ଅଘଟଣ। ଯାତ୍ରୀବାହୀ ବସ ଓଲଟି ୭ ମୃତ । ଏଥିସହ ୧୨ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା । ତେବେ ଝାଡଖଣ୍ଡ ହଜାରିବାଗର ବରକଠା ଗୋରହର ଥାନା ନିକଟରେ ଏହି ଘଟଣା ଘଟିଥିବା ଜଣାପଡିଛି। 

ସୂଚନା ମୁତାବକ, ଆଜି ଭୋରୁ ଏକ ଯାତ୍ରାବାହୀ ବସ୍‌ କୋଲକାତାରୁ ପାଟନା ଅଭିମୁଖେ ଯାଉଥିଲା । ସେହି ସମୟରେ ଝାଡ଼ଖଣ୍ଡ ହଜାରିବାଗର ଗୋରହର ଥାନା ନିକଟରେ  ବସଟି ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତାରେ ସିକ୍ସ ଲେନ୍‌ ନିର୍ମାଣ କାମ ଚାଲିଥିଲା। ଏହି କାରଣରୁ ରାସ୍ତାକୁ କଟାଯାଇ ଛାଡ଼ି ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ବରକଟ୍ଟା ରୋଡରେ ବସ୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଖାଲରେ ଓଲଟି ପଡିଥିଲା। ତେବେ ପୁଲିସ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଏନେଇ ପୂର୍ବତନ ବିଧାୟକ ଜାନକୀ ଯାଦବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବସ୍‌ ଭିତରୁ ଉଦ୍ଧାର କରି ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସରେ ହଜାରିବାଗ ମେଡିକାଲ କଲେଜକୁ ପଠାଯାଇଛି। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.