ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

Published By : Harapriya Sethi | March 28, 2025 10:45 AM

ଭୁବନେଶ୍ୱର, ୨୮/୦୩: ରାୟଗଡ଼ା ମୁକୁନ୍ଦପୁର ଘାଟିରେ ଗୁରୁବାର ଦିନ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିଲା । ଗୁରୁତର ଆବସ୍ଥାରେ ୩ ଜଣଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିବା ବେଳେ ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିନିଶ ଗ୍ରାମର ରାମସିଂହ କୁଳସିକା ।

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର

ସୂଚନା ମୁକାବକ, ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁରୁ ତୁଫାନ୍‌ ନାମକ ଏକ ଘରୋଇ ବସ୍‌ ୪୫ ଜଣ ଯାତ୍ରୀଙ୍କୁ ନେଇ ଟିକିରି ଅଭିମୁଖେ ଆସୁଥିଲା । ଓଡିଶା ଆଦର୍ଶ ବିଦ୍ୟାଳୟରେ ଗୁରୁବାର ପରୀକ୍ଷା ଥିବାରୁ ଏହି ବସ୍‌ରେ ଛାତ୍ରଛାତ୍ରୀ କୋଲନରା ଆସୁଥିଲେ । ଭୋର୍‌ ସାଢ଼େ ୪ଟାରେ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୨୩ଜଣ ଆହତ ହୋଇଥିଲେ ।  ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆହତମାନଙ୍କୁ  ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗମ୍ଭୀର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.