PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

୭୮ହଜାର ନୂଆ ପେଟ୍ରୋଲ ପମ୍ପ ଖୋଲିବେ ସରକାର, ଜାଣନ୍ତୁ କେଉଁଠି କେଉଁଠି

ମୁମ୍ବାଇ ୨୨।୬: ଦେଶରେ ପେଟ୍ରୋଲ ପମ୍ପର ସଂଖ୍ୟା ବଢ଼ାଇ ଦୁଇ ଗୁଣା କରିବାକୁ ଯୋଜନା କରୁଛନ୍ତି ସରକାର। ମାତ୍ର ଏହି ଯୋଜନାକୁ ଏକ ରିପୋର୍ଟରେ ଆର୍ଥିକ ଦୃଷ୍ଟିରୁ ଅସାଧ୍ୟ ବୋଲି କୁହାଯାଉଛି। ସରକାରୀ ତେଲ କମ୍ପାନି ଯଥା ଇଣ୍ଡିଅନ୍ ଅଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍ ଗତ ବର୍ଷ ନଭେମ୍ବରରେ ଦେଶରେ ୭୮୪୯୩ ଟି ନୂଆ ପେଟ୍ରୋଲ ପମ୍ପ ଖୋଲିବେ ବୋଲି ବିଜ୍ଞାପନ ଜାରି କରିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଦେଶରେ ୬୪୬୨୪ ପେଟ୍ରୋଲ ପମ୍ପ କାମ କରୁଛି।

କ୍ରିସିଲ ରିସର୍ଚ ନିଜର ଏକ ରିପୋର୍ଟରେ କହିଛନ୍ତି କି, ପେଟ୍ରୋଲ ପମ୍ପର ସଂଖ୍ୟା ବଢ଼ାଇବା ଉଚିତ ହେବ ନାହିଁ। ଏଥିରେ ନା କେବଳ ​ପେଟ୍ରୋଲ ପମ୍ପ ଜଣେ ଅନ୍ୟଜଣଙ୍କର ବିକ୍ରିରେ କମ କରେଇବେ ବରଂ ଏଥିରେ ସେମାନଙ୍କର ଲାଭ ବି ପ୍ରଭାବିତ ହେବ। ରିପୋର୍ଟ କୁହାଯାଇଛି କି, ଅତିକମରେ ୩୦ହଜାର ନୂଆ ଖୋଲିବାକୁ କୁହାଯାଇଛି।

କ୍ରିସଲ ରିସର୍ଚର ଏହି ଆକଳନ ପେଟ୍ରୋଲ ପମ୍ପ ଲଗାଇବାକୁ ଥିବା ନିବେଶ ଏବଂ ନୂଆ ଡିଲରର ସ୍ବାମିତ୍ତ୍ବ ଏବଂ ପରିଚାଳନ (ଡିଓଡିଓ) ମଡେଲ ଆଧାରରେ କରାଯିବ। ବେସରକାରୀ ସଂସ୍ଥାର କମ୍ପାନି ମଧ୍ୟ ପେଟ୍ରୋଲ ପମ୍ପର ସଂଖ୍ୟା ବଢ଼ାଇବାକୁ ଯୋଜନା କରୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ବିପି ପିଏଲସିର ସଂଯୁକ୍ତ ଉଦ୍ୟମ ଏବଂ ନାଏରା ଏନର୍ଜି ଲି. ଦୁଇଜଣ ତିନି ବର୍ଷରେ ୨,୦୦୦-୨,୦୦୦ ପେଟ୍ରୋଲ ପମ୍ପ ଖୋଲିବାକୁ ଯୋଜନା କରୁଛି।