ଭଦ୍ରକ,୨୧।୬ ଭଦ୍ରକ ସହର ଚରମ୍ପା ଛକ ନିକଟରେ ବ୍ୟବସାୟୀଙ୍କୁ ଗୁଳି ମାଡ଼। ଗୁଳିମାଡର ଶିକାର ହୋଇଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର ଚରମ୍ପା ସ୍ଥିତ ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ କେତେକ ଦୁର୍ବୃତ୍ତ ଆସି ୨ ରାଉଣ୍ଡ ଗୁଳି ଫୁଟାଇ ଥିଲେ। ପରେ ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ବିଦ୍ୟାଧରଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ ଉଦ୍ଦେଶ୍ୟରେ ବିଦ୍ୟାଧରଙ୍କୁ ଗୁଳି ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି।