PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୋଖରୀରେ ବୁଡି ଯୁବ ବ୍ୟବସାୟୀ ମୃତ

ବରୀ,୨୯।୯   ଯାଜପୁର ସଦର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଦୀପକ କୁମାର ସାହୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯିବାରୁ ମୃତ୍ୟୁ ଘଟିଛି। ରାମଚନ୍ଦ୍ରପୁର ଥାନା ଅଧିନ କିମ୍ଭିରିଆପାଳ ପଞ୍ଚାୟତର ସଙ୍କାରିଗଡା ଛକ ଠାରେ ଲୁଗା ଦୋକାନ କରିଥିବା ଦୀପକ କୁମାର ସାହୁ  ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତାଙ୍କ ସହିତ   ଯାଇଥିବା ଜନୈକ ନାବାଳକ ପୋଖରୀ କୂଳରେ ଅପେକ୍ଷା କରି ରହିଥିଲା।  ଦୀପକ ଦୀର୍ଘ ସମୟ ଧରି ପୋଖରୀ  ଭିତରୁ ନ ଆସିବା ଯୋଗୁଁ ନାବାଳକ  ଚିତ୍କାର  କରିଥିଲା। ଏହା ଶୁଣି ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିବା ବେଳକୁ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ।