ନୂଆଦିଲ୍ଲୀ,୧୫/୦୫: ଦିନକୁ ଦିନ ବଢିବାରେ ଲାଗିଛି ସୁନା ମୂଲ୍ୟ। କିନ୍ତୁ ମହିଳାଙ୍କ ମଧ୍ୟରେ କମୁନି ସୁନାର କ୍ରେଜ୍। ଏପରି ପରିସ୍ଥିତିରେ ବଜାରରେ ଅନେକ ବିକଳ୍ପ ରହିଛି। କିଛି ବ୍ରାଣ୍ଡ ୨୨ କ୍ୟାରେଟ୍ ବଦଳରେ କମ୍ କ୍ୟାରେଟରେ ଅଳଙ୍କାର ବିକ୍ରି କରୁଛନ୍ତି । ସେହିପରି ଅନେକ ସ୍ଥାନରେ ସୁନା ପ୍ଲେଟେଡ୍ ଅଳଙ୍କାର ମଧ୍ୟ ବିକ୍ରି ହେଉଛି । ଯାହାକୁ ଲୋକେ ବେଶ ପସନ୍ଦ ମଧ୍ୟ କରୁଛନ୍ତି । ହେଲେ ଏହି ଶସ୍ତା ସୁନା ପ୍ଲେଟେଡ୍ ଅଳଙ୍କାର କିଣିବା ପୂର୍ବରୁ କିଛିଟା ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ । ଆସନ୍ତୁ ଜାଣିବା।

ସୁନା ପ୍ଲେଣ୍ଟିଂ ଅଳଙ୍କାର କ'ଣ?

ସୁନା ପ୍ଲେଟେଡ଼୍ ଅଳଙ୍କାରରେ ରୂପା କିମ୍ୱା ନିକେଲ ଅଳଙ୍କାର ଉପରେ ସୁନାର ଏକ ପକଳା ସ୍ତର ଲଗାଯାଇଥାଏ। ସୁନା ପ୍ଲେଟେଡ୍ ଲଗାଇବା ବେଶ ଟାଇମ କନ୍ଜ୍ୟୁମିଂ। ତେଣୁ ସୁନାକାରଙ୍କ ସମସ୍ତ ସୁନା ପ୍ଲେଟେଡ ଅଳଙ୍କାର ସ୍ଥାୟୀ ନୁହେଁ। ତେଣୁ ଯଦି ଆପଣ ସୁନା ପ୍ଲେଟେଡ ଅଳଙ୍କାର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଛଅଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ।

ଅଳଙ୍କାର ଦୋକାନ

ଯଦି ଆପଣ ସୁନା ପ୍ଲେଟେଡ ଅଳଙ୍କାର କିଣୁଛନ୍ତି ତେବେ କୌଣସି ସୁନା ଅଳଙ୍କା ଦୋକାନରୁ କିଣିବା ପୂର୍ବରୁ ଏପରି ଏକ ବ୍ରାଣ୍ଡ କିମ୍ୱା ବିଶ୍ୱସ୍ତ ଦୋକାନରୁ କିଣନ୍ତୁ ଯେଉଁଠାରେ ଉଚ୍ଚମାନରା ସୁନା ପ୍ଲେଟ୍ ବ୍ୟବହାର କରି ଅଳଙ୍କାର ତିଆରି ହୋଇଥାଏ।

ପୁନଃବିକ୍ରୟ ମୂଲ୍ୟ

ଯଦି ସୁନା ପ୍ଲେଣ୍ଟିଂ ବେଶ୍ ପଦଳା ତେବେ ଏହାର ପୁନଃବିକ୍ରୟ ମୂଲ୍ୟ ବହୁତ କମ୍ କିମ୍ୱା କୌଣସି ମୂଲ୍ୟ ନାହିଁ ଏବଂ କେବଳ ଆପଣଙ୍କର ଅଳଙ୍କାରରର ମୂଲ୍ୟ ରହିଥାଏ । ଯଦି ସୁନାର ପ୍ଲେଣ୍ଟିଂ ଉଚ୍ଚମାନର ସୁନାରେ କିଣା ହୋଇଥାଏ ତେବେ ଏହାର କିଛି ପୁନଃବକ୍ରୟ ମୂଲ୍ୟ ଥାଇପାରେ।

ନିବେଶ ଅନୁସାରେ

ସୁନା ପ୍ଲେଟେଡ୍ ଅଳଙ୍କାର ସୁନା ତୁଳନାରେ ବେଶ କମ୍। ତେଣୁ ଯଦି ଆପଣ ସୁନା କିମ୍ୱା ହୀରାରେ ନିବେଶ କରିବାକୁ ସାମର୍ଥ୍ୟ ନୁହେଁ ତେବେ ଏହି ପ୍ରକାର ଅଳଙ୍କାର କିଣିବା ବିଷୟରେ ବିଚାର କରନ୍ତୁ । ସେହିପରି ଆପଣ ଆପଣଙ୍କ ପୋଷାକ ସହିତ ମିଶୁଥିବା ଅଳଙ୍କାର ମଧ୍ୟ କିଣିପାରିବେ।

ସୁନା ପ୍ଲେଟିଂ ଅଳଙ୍କାର କେତେ ଦିନ ପର୍ଯ୍ୟନ୍ତ ରହିଥାଏ?

ସୁନା ପ୍ଲେଟେଡ଼୍ ଅଳଙ୍କାରରେ ସୁନାର ବହୁତ ପତଳା ସ୍ତର ଥାଏ, ଯାହା ଏହାକୁ ଦୈନନ୍ଦିନ ବ୍ୟବହାର ପାଇଁ ଅନୁପଯୁକ୍ତ । ଆପଣ ଏହାକୁ ବେଳେବେଳେ ପିନ୍ଧିବା ଭଲ। ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ଏହାର ସେଲ୍ଫ ଲାଇଫ କେବଳ ଗୋଟିଏରୁ ଦୁଇ ବର୍ଷ, ଏହାପରେ ଏହାର ରଙ୍କ ଫିକା ପଡିବାକୁ ଆରମ୍ଭ କରେ ।