ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏଇଠି ସେଓ କେଜି ମାତ୍ର ୫୦ ଟଙ୍କା, ୨୦ ବର୍ଷ ପରେ ୨୦୦ରୁ କମିଲା

Published By : Anindita Ratha | November 6, 2024 1:37 PM

ଶ୍ରୀନଗର,୦୬/୧୧: ଆସନ୍ତୁ ଆସନ୍ତୁ ନେଇ ଯାଆନ୍ତୁ ଶସ୍ତା ହେଲା । ୨୦୦ ଟଙ୍କାରୁ ସିଧା ଖସିଛି ଦର । କେଜି ମାତ୍ର ୫୦ ଟଙ୍କା । ଆଜି ଜମ୍ମୁକାଶ୍ମୀର ପୁଞ୍ଚ ବଜାରରେ କିଛି ଏମିତି କହୁଛନ୍ତି ସେଓ ବ୍ୟବସାୟୀ । ଜମ୍ମୁକାଶ୍ମୀର ପୁଞ୍ଚରେ ଶାଗ ମାଛ ଦରରେ ବିକ୍ରି ହେଉଛି ଆପଲ୍ । ସେଓ କେଜି ମାତ୍ର ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିବାରୁ ଫଳ ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ବ୍ୟାଗ ଭରି କରି ସେଓ ନେଉଛନ୍ତି ଗ୍ରାହକ ।

ତେବେ ଜମ୍ମୁକାଶ୍ମୀରର ପୁଞ୍ଚ ଏବଂ କାଶ୍ମୀରର ମୁଗଲ ରୋଡରେ ପରିବା ଓ ଫଳ ଗାଡି ଯାତାୟତ ହୋଇଥାଏ । ବିଶେଷ କରି ଏହି ରାସ୍ତା ବ୍ୟବସୀୟ ଜନିତ ସାମଗ୍ରୀ ଭରା ଗାଡି ଯାଆଆସ କରେ । ଏଠାରେ ସେଓ କେଜି ମାତ୍ର ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଦୋକାନରେ ଲୋକଙ୍କ ଭିଡ ଲାଗିଛି । ଯିଏ ଯେତେ ପାରୁଛନ୍ତି ସେଓ କିଣି ନେଉଛନ୍ତି । ବ୍ୟାଗ ଭରି ନେଇଯାଉଛନ୍ତି ।

ଏଠାକାର ଜଣେ ବାସିନ୍ଦା କହିଛନ୍ତି, ୧୫ରୁ ୨୦ ବର୍ଷ ତଳେ ଆମେ ୧୫୦ ରୁ ୨୦୦ ଟଙ୍କାରେ ସେଓ କିଣୁଥିଲୁ । ଆଜି ତାହାକୁ ୪୦ରୁ ୫୦ ଟଙ୍କାରେ କିଣୁଛୁ । ଭଲ ଦରରେ ମିଳୁଛି । ଏହା ସରକାରଙ୍କ ପାଇଁ ସମ୍ଭବ ହୋଇଛି ।  ମୁଗଲ ରୋଡ ପାଇଁ ଏହା ସମ୍ଭବ ହୋଇଛି । ୧୦୦ ଟଙ୍କାରେ ୩ କିଲୋ ସେଓ ମିଳୁଛି । ମୁଁ ୫ କେଜି ନେଉଛି । ବର୍ଷକ ୧୨ ମାସ ଏହି ରାସ୍ତା ଖୋଲିଲେ ଆମ ପାଇଁ ସୁବିଧା ହେବ । ସବୁ କିଛି ଶସ୍ତାରେ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.