PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଖୁବ୍ ଶୀଘ୍ର ହଟିବ ‘ଓପୋ’: ଟିମ୍ ଇଣ୍ଡିଆର ଜର୍ସିରେ ଦେଖିବାକୁ ମିଳିବ ନୂଆ ନାଁ

ନୁଆଦିଲ୍ଲୀ ୨୫/୭: ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ସେପ୍ଟେମ୍ବରରୁ ଟିମ୍ ଇଣ୍ଡିଆର ଜର୍ସିରୁ ଚାଇନା ମୋବାଇଲ୍ କମ୍ପାନୀ ଓପୋ(Oppo)ର ନାଁ ହଟିପାରେ । ମାର୍ଚ୍ଚ ୨୦୧୭ରେ ୫ ବର୍ଷ ପର୍ଯ୍ଯନ୍ତ ୧୦୭୯ କୋଟି ଟଙ୍କାର ଚୁକ୍ତି କରିଥିବା କମ୍ପାନୀ ଓପୋ ନିଜ ରାଇଟ୍ସ ବେଙ୍ଗାଲୁରୁ ସ୍ଥିତ କମ୍ପାନୀ ବାଇଜୁସ୍ (Byju’s)କୁ ଦେଇପାରେ ।

ସୂଚନା ଅନୁସାରେ ଓପୋ ଏହି ନିଷ୍ପତ୍ତି ନେଇଛି ଯେ  କମ୍ପାନୀ ଖୁବଶୀଘ୍ର ବାଇଜୁସକୁ ଟିମ୍ ଇଣ୍ଡିଆର ଅଧିକାର(ରାଇଟ୍ସ) ଦେଇଦେବ କାରଣ କମ୍ପାନୀ ଅନୁସାରେ ୨୦୧୭ରେ ଟିମ୍ ଇଣ୍ଡିଆର ଜର୍ସିର ରକମ ବହୁତ ଅଧିକ ଥିଲା ଯାହାକି ବର୍ତ୍ତମାନ କମ୍ପାନୀକୁ ଆଶାନୁରୂପ ଫଳ ଦେଇପାରୁନି । ଓପୋ ମାର୍ଚ୍ଚ ୨୦୧୭ରେ ୫ ବର୍ଷ ପାଇଁ ୧୦୭୯ କୋଟି ଟଙ୍କାରେ ଏହି ଅଧିକାର କିଣଥିଲା । ବାଇଜୁର ସ୍ଥାପନା କେରଳର ଉଦ୍ଯୋଗପତି ବାଇଜୁ ରବିନ୍ଦ୍ରନ୍ କରିଛନ୍ତି ଏବଂ ଇଣ୍ଡଷ୍ଟ୍ରୀରେ ଏହାର ମୂଲ୍ଯ ୩୮୦୦୦ କୋଟି ଟଙ୍କା । ଥିଙ୍କ ଆଣ୍ଡ ଲର୍ନ ପ୍ରାଇଭେଟ୍ ଲିମିଟେଡ୍ ଏହାର ପ୍ୟାରେଣ୍ଟ କମ୍ପାନୀ ।  

ଗତ ୨ ସପ୍ତାହରୁ ଓପୋ କମ୍ପାନୀ ଏହା ଉପରେ କାମ କରୁଛି । ଯାହା ଫଳରେ ଆଶା କରାଯାଉଛି ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଟିମ୍ ଇଣ୍ଡିଆର ଜର୍ସିରୁ ଓପୋ ନିଜ ଲୋଗୋ ହଟାଇଦେବ ଏବଂ ଆଗାମୀ ସାଉଥ୍ ଆଫ୍ରିକା ଗସ୍ତ ସମୟରେ ଇଣ୍ଡିଆ ଟିମର ଖେଳାଳୀ ବାଇଜୁସ୍ ଲୋଗୋର ଜର୍ସି ସହିତ ମଇଦାନକୁ ଓହ୍ଲାଇବେ । ଏହା ଉପରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଡିଲରେ ବିସିସିଆଇକୁ ସେତେକି ରକମ ମିଳିବ ଯେତିକି ଓପୋ କମ୍ପାନୀ ଦେଉଥିଲା ତେଣୁ ଏଥିରେ କିଛି କ୍ଷତି ହେବନି । ଏହି ଡିଲ୍ ମାର୍ଚ୍ଚ ୨୦୨୨ ପର୍ଯ୍ଯନ୍ତ ଚାଲିବ ।

ସମ୍ବନ୍ଧିତ ଖବର