କୋଲକାତା, ୫/୩ : ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ । ତେବେ ଏହା ପୂର୍ବରୁ ଇସ୍ତଫା ଦେଇଛନ୍ତି ରାଜ୍ୟପାଳ ସିବି ଆନନ୍ଦ ବୋଷ । ତେବେ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଠ ହୋଇନଥିବାବେଳେ ସେ ଦିଲ୍ଲୀ ଯାଇଛନ୍ତି । ସେ ସାଢ଼େ ତିନି ବର୍ଷ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି । ଇସ୍ତଫା ପରେ ପିଟିଆଇକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି କି, ରାଜଭବନରେ ମୁଁ ବହୁତ ସମୟ ବିତାଇ ଦେଲି । ଚଳିତବର୍ଷ ଏପ୍ରିଲ୍- ମେ’ ମଧ୍ୟରେ ପଶ୍ଚିମବଙ୍ଗରେ ନିର୍ବାଚନ ହୋଇପାରେ । ରାଜ୍ୟ ରାଜନୀତି ବେଶ ସରଗରମ ହେଉଥିବାବେଳେ ଏଭଳି ଏକ ସମୟରେ ସେ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସି.ଭି ଆନନ୍ଦ ବୋଷଙ୍କ ଘର କେରଳର କୋଟାୟମରେ । ତାଙ୍କ ବାପା ହେଉଛନ୍ତି ପି.କେ ବାସୁଦେବନ୍ । ଯିଏକି ଜଣେ ସ୍ବାଧିନତା ସଂଗ୍ରାମୀ । ନଭେମ୍ବର ୨୩ ତାରିଖ ୨୦୨୨ ମସିହାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଦାୟିତ୍ବ ମିଳିଥିଲା । ପୂର୍ବରୁ ପ୍ରଶାସନିକ କ୍ଷେତ୍ରରେ ତାଙ୍କ ଅଭିଜ୍ଞତା ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ଇସ୍ତଫାର କାରଣ ଜାଣିନାହିଁ । ତଥାପି ନିର୍ବାଚନ ପୂର୍ବରୁ ଯଦି ଚାପ ପକାଇ ଏଭଳି କରାଯାଇଥାଏ ତାହେଲେ ଆଶ୍ଚର୍ଯ୍ୟ ହେବି। ସେପଟେ ତାଙ୍କ ସ୍ଥାନରେ ଆର.ଏନ ରବିଙ୍କୁ ଦାୟିତ୍ବ ଦିଆଯାଉଥିବା ସୂଚନା ମିଳିଛି ।  ​​​​​​​

​​​​​​​ଏହାସହ ପଢ଼ନ୍ତୁ : ମେସେଜ୍ ଡିଲିଟ୍ କରିଦେଲେ ମାଆ, ହତ୍ୟା କରିବାକୁ ଉଦ୍ୟମ କଲା ପୁଅ