ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ, ଆହୁରି ଛାରଖାର କରିବ ନିଆଁ, ଘଣ୍ଟା ପ୍ରତି ପବନର ବେଗ ୧୨୦ କିମି

Published By : Prameya | January 15, 2025 8:54 AM

ନୂଆଦିଲ୍ଲୀ ୧୫/୦୧: ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ଲସ୍‌ ଏଞ୍ଜେଲ୍‌ସସ୍ଥିତ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବା ତ ଦୂର କଥା, ଆହୁରି ଭୟଙ୍କର ରୂପ ନେବାରେ ଲାଗିଛି । ଏହାକୁ ଉଗ୍ର ବନାଇବା ପାଇଁ କାଳ ସାଜି ମାଡ଼ି ଆସୁଛି ପବନ । ପବନର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଏହା ଲସ୍‌ ଏଞ୍ଜେଲ୍‌ସର ଦକ୍ଷିଣ-ପଶ୍ଚିମ ଜଙ୍ଗଲଗୁଡ଼ିକୁ ଧକ୍କା ଦେବ । ଫଳରେ ନିଆଁର ରୂପ ପ୍ରଚଣ୍ଡ ହୋଇ ଛାରଖାର କରିପକାଇବ । ସଦ୍ୟ ଘଟଣାରେ ସାନ୍‌ ଡିଏଗୋ କାଉଣ୍ଟିର ରୋମାନିଆ କମ୍ୟୁନିଟି ପାମୋ ରୋଡ୍‌ସ୍ଥିତ ଜଙ୍ଗଲରେ ନିଆଁ ଲାଗିଛି । ଏହାକୁ ‘ପାମୋ ଫାୟାର’ କୁହାଯାଉଛି । ଏହା ୧୦ ଏକରରେ ବ୍ୟାପିଛି । 

ଲସ୍‌ ଏଞ୍ଜେଲ୍‌ସର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲଗୁଡ଼ିକରେ ଜାନୁଆରୀ ୭ରେ ନିଆଁ ଲାଗିଥିଲା । ଏହାକୁ ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି । ଏ ପର୍ଯ୍ୟନ୍ତ ଏଥିରେ ୨୪ ଜଣ ପ୍ରାଣ ହରାଇଛନ୍ତି । ସପ୍ତାହେ ବିତିଥିଲେ ସୁଦ୍ଧା ଏହାକୁ ନିୟନ୍ତ୍ରଣ କରାଯିବା ସମ୍ଭବ ହୋଇନାହିଁ । ରିପୋର୍ଟ ମୁତାବକ, ଲସ୍‌ ଏଞ୍ଜେଲ୍‌ସ ନିକଟସ୍ଥ ଦକ୍ଷିଣ-ପଶ୍ଚିମ ଏଞ୍ଜେଲ୍‌ସର ଏକ ବଡ଼ ଭାଗରେ ଭୀଷଣ ନିଆଁ ଲାଗିବା ଆଶଙ୍କା ରହିଛି । ଏଠାରେ ଥିବା ସାନ୍ତା ମୋନିକା ଓ ସାନ୍ତା ସୁଜାନା ପାଇଁ ବିଶେଷ ଚେତାବନୀ ଜାରି କରାଯାଇଛି । ଲସ୍‌ ଏଞ୍ଜେଲ୍‌ସର ପାଲିସେଡ୍‌ସ, ଇଟନ, ହର୍ଷ୍ଟ, ଲିଡିଆ ଓ କେନେଥ ଅଞ୍ଚଳରେ ନିଆଁ ଲାଗିଥିଲା । ଏହାଯୋଗୁ ପ୍ରାୟ ୧ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ । ଜଙ୍ଗଲ ନିଆଁ କ୍ରମେ ଜନବସତି ଆଡ଼କୁ ଦ୍ରୁତ ଗତିରେ ଧାବମାନ ହେଉଛି । ଏହା ଗ୍ରୋସରି ଷ୍ଟୋର, ଗ୍ୟାସ୍‌ ଷ୍ଟେସନକୁ ଜଳାଇବା ସହ କାର୍‌ଗୁଡ଼ିକୁ ପୋଡ଼ି ଛାରଖାର କରି ପକାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.