ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କାନାଡାର ବିମାନବନ୍ଦରରେ ଭାରତୀୟଙ୍କର ହେବ ନାହିଁ ଅତିରିକ୍ତ ଯାଞ୍ଚ , ଘୋଷଣା ପରେ ଟ୍ରୁଡୋ ସରକାରଙ୍କର ସ୍ୱର ବଦଳି ଗଲା

Published By : Prameya | November 22, 2024 4:40 PM

ଓଟାୱା : ଭାରତ ଯାଉଥିବା ଯାତ୍ରୀଙ୍କର ଅତିରିକ୍ତ ଯାଞ୍ଚ ନେଇ ନିଜ ନିଷ୍ପତ୍ତିକୁ ଫେରେଇ ନେଇଛି କାନାଡା। କାନାଡାର ଟ୍ରାନ୍ସପୋର୍ଟ ମନ୍ତ୍ରୀ ଅନୀତା ଆନନ୍ଦଙ୍କ କାର୍ଯ୍ୟାଳୟ ଗୁରୁବାର ସିବିସି ନ୍ୟୁଜକୁ କହିଛନ୍ତି କି, ସେହି ସବୁ ପ୍ରତିବନ୍ଧକଙ୍କୁ ହଟେଇ ଦିଆ ଯାଇଛି। ନୂଆ ନିୟମ ଗତ ସପ୍ତାହରେ ଲାଗୁ କରାଯାଇ ଥିଲା। କାନାଡା ସୋମବାର କହିଥିଲେ ଯେ ଭାରତ ଯାଉଥିବା ଯାତ୍ରୀଙ୍କ ପାଇଁ ଅତ୍ୟଧିକ ସାବଧାନୀ ଅବଲମ୍ୱନ କରାଯାଉଛି। ଏୟାର କାନାଡା ଭାରତ ଯାଉ ଥିବା ଯାତ୍ରୀଙ୍କ ପାଇଁ ଏକ ନୋଟିସ୍‌ ମଧ୍ୟ ଜାରି କରିଥିଲା। ନୋଟିସରେ କୁହାଯାଇ ଥିଲା , ଭାରତ ଯାଉ ଥିବା ସବୁ ଯାତ୍ରୀଙ୍କ ପାଇଁ ସୁରକ୍ଷା ସମ୍ୱନ୍ଧୀୟ କଡ଼ା ନିର୍ଦ୍ଦେଶ କାରଣରୁ ଆପଣଙ୍କର ଆଗାମୀ ଫ୍ଲାଇଟ୍‌ ପାଇଁ ପ୍ରତୀକ୍ଷା ସମୟ ଅପେକ୍ଷାରୁ ଅଧିକ ହେବାର ଆଶା ରହିଛି। 

ସୋମବାର ଏୟାର କାନାଡ଼ାର ପ୍ରବକ୍ତା ଇମେଲ୍‌ ଜରିଆରେ ଏହି କଥାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁଥିରେ କୁହାଯାଇଛି କି, ଟ୍ରାନ୍ସପୋର୍ଟ କାନାଡାରେ ଭାରତ ଯାଉଥିବା ଯାତ୍ରୀଙ୍କ ପାଇଁ ସୁରକ୍ଷା ସମ୍ୱନ୍ଧୀୟ ଯାଞ୍ଚକୁ ଦେଖି ଆଦେଶ ଜାରି କରିଛନ୍ତି ଏବଂ ଏୟାର କାନାଡା ଏହାର ପାଳନ କରୁଛି। ସେପଟେ ରବିବାର ଟୋରଣ୍ଟୋ ପିୟର୍ସନ ଏୟାରପୋର୍ଟ ଏକ୍ସରେ ଏକ ପୋଷ୍ଟରେ କହିଛି, ଆଜି ସନ୍ଧ୍ୟାରେ ଟୋରଣ୍ଟୋ ପିୟର୍ସନରେ ଅନ୍ତରାଷ୍ଟ୍ରୀୟ ପ୍ରି-ବୋର୍ଡ ସ୍କ୍ରିନିଂରେ ପ୍ରସ୍ଥାନ କରୁଥିବା ଯାତ୍ରୀଙ୍କୁ ସାମାନ୍ୟରୁ ଅଧିକ ୱେଟିଂ ଟାଇମ୍‌ର ସାମନା କରିବାକୁ ପଡ଼ିପାରେ। ଯଦି ଯାତ୍ରା କରୁଛନ୍ତି ତ ଦୟାକରି ନିଜର ଏୟାରଲାଇନ୍‌ ବିଷୟରେ ଜାଣନ୍ତୁ ଏବଂ ନିଜର ଉଡ଼ାଣ ଧରିବା ପାଇଁ ପର୍ଯ୍ୟାପ୍ତ ସମୟରେ ପହଞ୍ଚଛନ୍ତୁ। 

ଏହା ପୂର୍ବରୁ ନଭେମ୍ୱରରେ ଏସଏଫ୍‌ଜେ ପ୍ରମୁଖ ଆତଙ୍କୀ ଗୁରପତୱନ୍ତ ପନ୍ନୁ ଶିଖ୍‌ଙ୍କୁ ଚେତାବନୀ ଦେଇ ଏକ ଭିଡ଼ିଓ ଜାରି କରିଥିଲା। ଏଥିରେ ପନ୍ନ କହି ଥିଲା , ୧୯ ନଭେମ୍ୱର ପରେ ଏୟାର ଇଣ୍ଡିଆର ଉଡ଼ାଣ ଭରନ୍ତୁ ନାହିଁ , ଆପଣଙ୍କ ଜୀବନକୁ ବିପଦ ଆସିପାରେ। ସେ କହିଥିଲା କି ସେ ଏୟାରଲାଇନ୍‌ର ବହିଷ୍କାରର ଅପିଲ କରୁଛି ଏବଂ କୌଣସି ଧମକ ଦେଉ ନାହିଁ । ହେଲେ ଏହି ସମୟରେ ଓଟାୱାରେ ଭାରତର ଉଚ୍ଚାୟୋଗ କାନାଡା ସରକାରର ଆଗରେ ଔପଚାରିକ ଭାବେ ମାମଲାକୁ ଉଠାଇ ଥିଲା ଏବଂ ଟ୍ରାନ୍ସପୋର୍ଟ କାନାଡା ଏୟାର ଇଣ୍ଡିଆର ଉଡ଼ାଣ ପାଇଁ ସୁରକ୍ଷାକୁ ବଢାଇ ଦେଇ ଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.