• ଟ୍ରମ୍ପଙ୍କ ଟାରିଫ୍ ଧମକ ପରେ କାନାଡାର ସ୍ୱତନ୍ତ୍ର ପ୍ରସ୍ତୁତି
  • ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଆମେରିକା ଉପରେ ପାଲଟା ଆକ୍ରମଣ
  • ଜନତାଙ୍କୁ କାନାଡା ନିର୍ମିତ ପ୍ରଡକ୍ଟକୁ କିଣିବାକୁ କଲେ ଅପିଲ

ଓଟାୱା : ଟ୍ରେଡ୍ ଟାରିଫ୍‌କୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଆମେରିକା-କାନାଡା ବିବାଦ ବଢିବାରେ ଲାଗିଛି। ଟ୍ରମ୍ପ କାନାଡା ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ ଚେତାବନୀ ଦେଇଛନ୍ତି। ଏହାପରେ, କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକା ଉପରେ ପାଲଟା ଆକ୍ରମଣ କରିଛନ୍ତି। ସେ ଆମେରିକାର ଧମକରୁ ବର୍ତ୍ତିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଜନତାଙ୍କୁ କାନାଡାରେ ନିର୍ମିତ ପ୍ରଡକ୍ଟକୁ କିଣିବାକୁ ଅପିଲ କରିଛନ୍ତି। କାନାଡାର ଏହି ପଦକ୍ଷେପ ଇଣ୍ଟରନ୍ୟାସନାଲ ଟ୍ରେଡ୍‌ରେ ବହୁତ ଅଧିକ ନିର୍ଭର ରହିବା ପରିବର୍ତ୍ତେ, ଲୋକାଲ ବିଜନେସ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଓ ଏକ ପରିବର୍ତ୍ତନର ସଙ୍କେତ ଦେଇଛି।

ଏହାସହ ମଧ୍ୟ ପଢନ୍ତୁ : କାନାଡାକୁ ନାଲି ଆଖି ଦେଖାଇଲା ଆମେରିକା , କହିଲା - ଚୀନ ସହ ଟ୍ରେଡ୍ ଡିଲ୍ କଲେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବୁ

ପିଏମ୍ କାର୍ନି ଦାବି କରିଛନ୍ତି ଯେ, କାନାଡାର ଅର୍ଥବ୍ୟବସ୍ଥା ବର୍ତ୍ତମାନ ବିଦେଶରୁ ବିପଦରେ ଅଛି, ଏବଂ ସେ ଏକ ଏମିତି ରଣନୀତି ବିଷୟରେ କହିଛନ୍ତି , ଯେଉଁଥିରେ ଦେଶ ନିଜେ ନିଜର ସବୁଠୁ ଭଲ ଗ୍ରାହକ ହୋଇ ପାରିବ। କାର୍ନି କହିଛନ୍ତି – ଆମର ଅର୍ଥବ୍ୟବସ୍ଥା ବିଦେଶରୁ ବିପଦରେ ଅଛି। କାନାଡାର ଲୋକେ ଏକ ବିକଳ୍ପ ଚୟନ କରିଛନ୍ତି , ଯାହା ଉପରେ ଆମେ କଣ୍ଟ୍ରୋଲ କରି ପାରିବା , ଏହା ଉପରେ ଧ୍ୟାନ କେନ୍ଦ୍ରିତ କରିବା। ସେ ଆହୁରି କହିଛନ୍ତି –ଅନ୍ୟ ଦେଶ କଣ କରୁଛନ୍ତି,ଏହାକୁ ଆମେ କଣ୍ଟ୍ରୋଲ କରି ପାରିବା ନାହିଁ। ଆମେ ନିଜେ ନିଜର ସବୁଠୁ ଭଲ କଷ୍ଟମର ହୋଇ ପାରିବା। ଆମେ କାନାଡିଆନ ଦ୍ରବ୍ୟ କିଣିବା। ଆମେ କାନାଡାରେ ହିଁ ତିଆରି କରିବା। ଏକାଠି ହୋଇ ଆମେ ଆହୁରୁ ଦୃଢ ହେବା।

ଏହା ପୂର୍ବରୁ ,ଶନିବାର ଟ୍ରମ୍ପ , କାନାଡା ଓ ଏହାର ପିଏମ୍ ମାର୍କ କାର୍ନିଙ୍କୁ ଚୀନ ସହ ଆର୍ଥିକ ଚୁକ୍ତିନାମା କରିବା ବିରୋଧରେ ଚେତାବନୀ ଦେଇ ଥିଲେ, ଏବଂ ଧମକ ଦେଇ ଥିଲେ ଯେ, ଯଦି ଓଟାୱା ଏମିତି ଚୁକ୍ତି ସହ ଆଗକୁ ବଢେ , ତ ଏହା ଉପରେ ବଡ଼ ଟ୍ରେଡ୍ ପେନାଲ୍ଟି ଲଗାଯିବ। କାନାଡିଆନ ପ୍ରଧାନମନ୍ତ୍ରୀଙ୍କୁ ଗଭର୍ଣ୍ଣର କହି,ଟ୍ରମ୍ପ କହିଥିଲେ, ଯଦି ଓଟାୱା ବେଜିଂ ସହ ଟ୍ରେଡ୍ ସମ୍ୱନ୍ଧ ଆହୁରି ନିବିଡ଼ କରେ ତ ୟୁନାଇଟେଡ୍ ଷ୍ଟେଟସ କାନାଡିଆନ ଜିନିଷ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବ।