- କାନାଡାକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ
- ଚୀନ ସହ ଟ୍ରେଡ୍ ଡିଲ୍ କଲେ କାନାଡାର ଶୁଳ୍କ ବଢିବ
- ଆମେରିକା ଓ କାନାଡା ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ବିଶ୍ୱରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଏବଂ ନିଜର ଅଜବ କାରନାମାରେ ହଇଚଇ ସୃଷ୍ଟି କରୁଛନ୍ତି। ଏହି ଯେମିତି ଏବେ କାନାଡାକୁ ଦେଲେଣି ଧମକ। କହିଲେଣି ଯଦି ସେ ଚୀନ ସହ ଟ୍ରେଡ୍ ଡିଲ୍ କରେ, ତ ଆମେରିକା ତାର ସବୁ ଏକ୍ସପୋର୍ଟ ଉପରେ ୧୦୦ ପ୍ରତିଶତ ଶୁଳ୍ପ (ଟାରିଫ) ଲଗେଇବ। ଏଥିରେ ଆମେରିକା ଓ କାନାଡା ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଏହା ପୂର୍ବରୁ ଟ୍ରମ୍ପ ରୁଷ୍ରୁ ତୈଳ ଆମଦାନୀ କରିବାକୁ ନେଇ ଭାରତ ସମେତ ଅନେକ ଦେଶ ଉପରେ ଅତିରିକ୍ତ ଶୁଳ୍କ ଲଗାଇଛି।
ଟ୍ରମ୍ପ କାନାଡୀୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଗଭର୍ଣ୍ଣର କାର୍ନି ସମ୍ୱୋଧନ କରି କହିଛନ୍ତି , ଚୀନକୁ ଇଲେକ୍ଟ୍ରିକ୍ ଗାଡ଼ିର ଇମ୍ପୋର୍ଟ ବଢାଇବାର ଅନୁମତି ଦେଇ କାନାଡା ବହୁତ ବଡ଼ ଭୁଲ କରିଛି। ଟ୍ରମ୍ପ କାନାଡାକୁ ଥଟ୍ଟା କରି କହିଛନ୍ତି , ସେ ଚାହାନ୍ତି ଯେ, କାନାଡା ଆମେରିକାର ୫୧ ତମ ରାଜ୍ୟ ହୋଇ ଯାଉ।
ଟ୍ରମ୍ପଙ୍କ ପତ୍ନୀଙ୍କର ଜୀବନୀ ଉପରେ ଆସୁଛି ଫିଲ୍ମ , ଜାଣନ୍ତୁ କେବେ ହେବ ରିଲିଜ୍ ; କଣ ରହିଛି ଏହାର କାହାଣୀ
ଟ୍ରମ୍ପ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଥିଲେ – ଚୀନ କାନାଡାକୁ ଜିଅଁନ୍ତା ଖାଇ ଯିବ , ତାକୁ ସଂପୂର୍ଣ୍ଣ ଗିଳି ଦେବ ,ଯେଉଁଥିରେ ତାର ବିଜନେସ , ସାମାଜିକ କାର୍ଯ୍ୟ ଓ ସାଧାରଣ ଜୀବନ ଶୈଳୀର ବିନାଶ ମଧ୍ୟ ଅନ୍ତର୍ଭୁକ୍ତ। ଯଦି କାନାଡା ଚୀନ ସହ କୌଣସି ଡିଲ୍ କରେ , ତ ଆମେରିକାରେ ଆଗାମୀ ସମୟରେ ସବୁ କାନାଡୀୟ ଜିନିଷ ଓ ପ୍ରଡକ୍ଟ ଉପରେ ତୁରନ୍ତ ୧୦୦ ପ୍ରତିଶତ ଟାରିଫ୍ (ଶୁଳ୍କ) ଲଗେଇ ଦିଆ ଯିବ।
ଉଲ୍ଲେଖନୀୟ ଯେ, ଚୀନ ଓ କାନାଡା ଗତ ସପ୍ତାହରେ ଟ୍ରେଡ୍ ପ୍ରତିବନ୍ଧକ ଗୁଡ଼ିକୁ ହ୍ରାସ କରିବା ଓ ସମ୍ୱନ୍ଧକୁ ପୁଣି ଥରେ ମଜବୁତ କରିବା ପାଇଁ ଏକ ବ୍ୟାପକ ଚୁକ୍ତିନାମା ଉପରେ ସହମତି ପ୍ରକାଶ କରିଥିଲେ , ଯାହା କାନାଡୀୟ ବୈଦେଶିକ ନୀତିରେ ଏକ ବଡ଼ ପରିବର୍ତ୍ତନ ଓ ଟ୍ରମ୍ପଙ୍କ ଟ୍ରେଡ୍ ଏଜେଣ୍ଡା ଠାରୁ ଅଲଗା ହେବାର ସଙ୍କେତ।