ଓଟାୱା,୦୬/୦୧: ଗାଦି ଛାଡିବେ ଜଷ୍ଟିନ । ଇସ୍ତଫା ଦେବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ରିପୋର୍ଟ ଅନୁସାରେ ଆଜି (ସୋମବାର) ହିଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ । 

ଦି ଗ୍ଲୋବ ଆଣ୍ଡ ମେଲର ରିପୋର୍ଟ ଅନୁସାରେ ଟ୍ରୁଡୋ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୂର୍ବରୁ ଲିବରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେବେ । ଟ୍ରୁଡୋ ଇସ୍ତଫା ଦେବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସୁତ୍ର ଅନୁସାରେ ବର୍ତ୍ତମାନ ଇସ୍ତଫା ଦେବାର ଦିନ ସ୍ଥିର ହୋଇନାହିଁ । ମାତ୍ର ଦୁଇ ଦିନ ଭିତରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ । ଏକ ବୈଠକ ହେବାକୁ ଯାଉଛି ଏହା ପୂର୍ବରୁ ଟ୍ରୁଡୋ ଇସ୍ତଫା ଦେଇପାରନ୍ତି । ଲିବରାଲ ପାର୍ଟିର କର୍କସ ବୈଠକ ପୂର୍ବରୁ ସେ ଇସ୍ତଫା ଦେବା ନେଇ ଖବର ଆସିଛି ।

ଜଷ୍ଟିନ ଟ୍ରୁଡୋ ୨୦୧୩ରେ ଲିବରଲ ନେତା ଦାୟିତ୍ବ ନେଇଥିଲେ । ସେ ସମୟରେ ଦଳ ସଙ୍କଟରେ ଥିଲା । ବର୍ତ୍ତମାନ ଲିବରାଲ ପାର୍ଟିର କାନାଡା ସଂସଦରେ ହାଉସ୍ ଅଫ୍ କମନ୍ସରେ ୧୫୩ ସାଂସଦ ଅଛନ୍ତି । କାନାଡିୟ ହାଉସ ଅଫ୍ କମନ୍ସରେ ୩୩୮ଟି ଆସନ ରହିଛି । କିଛି ମାସ ପୂର୍ବେ ଟ୍ରୁଡେ ସରକାରଙ୍କ ସହଯୋଗୀ ନ୍ୟୁ ଡେମୋକ୍ରାଟିକ ପାର୍ଟି ତାର ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଏନଡିପି ଖଲିସ୍ତାନୀ ସମର୍ଥକ କନାଡାଇ ଶିଖ୍ ସାଂସଦ ଜଗମିତ ସିଂହର ଦଳ । 

କିଛି ଦିନ ତଳେ କାନାଡା ଡେପୁଟି ପିଏମ କ୍ରିଷ୍ଟିୟା ଫ୍ରିଲେଣ୍ଡ ଇସ୍ତଫା ଦେଇଥିଲେ । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଟ୍ରୁଡୋଙ୍କ ଉପରେ ଚାପ ବଢିଥିଲା । ଟ୍ରମ୍ପ ତାଙ୍କୁ ନିରନ୍ତର ଟାର୍ଗେଟ କରୁଥିଲେ । ଟ୍ରମ୍ପଙ୍କ ବିଜୟ ପରେ ଏଲୋନ୍ ମସ୍କ କହିଥିଲେ ଟ୍ରୁଡୋଙ୍କ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି ।