PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସମ୍‌ରେ ବିଶ୍ୱ କ୍ୟାନ୍‌ସର ଦିବସ ପାଳିତ: ସକାରାତ୍ମକ ଚିନ୍ତାଧାରା କ୍ୟାନ୍‌ସର ପରାସ୍ତ କରିବ, ଅନୁଭୂତି କହିଲେ, ର‌୍ୟାମ୍ପରେ ଚାଲିଲେ

ଭୁବନେଶ୍ୱର,୪ ।୨(ବ୍ୟୁରୋ): କ୍ୟାନ୍‌ସର ଏକ ଦୁଃସାଧ୍ୟ ରୋଗ ହୋଇପାରେ । ହେଲେ ଦୃଢ ଇଚ୍ଛାଶକ୍ତି, ସାହସ ଓ ସକରାତ୍ମକ ଚିନ୍ତାଧାରା ଦ୍ୱାରା ଏହାକୁ ପରାସ୍ତ କରିହେବ । ଆଇଏମ୍‌ଏସ ଆଣ୍ଡ ସମ୍‌ ହସ୍ପିଟାଲଠାରେ ଅନୁଷ୍ଠିତ ବିଶ୍ୱ କ୍ୟାନ୍‌ସର ଦିବସରେ ସାମିଲ ହୋଇ ନିଜେ କ୍ୟାନ୍‌ସର ସର୍ଭାଇଭର ଏହା କହିଛନ୍ତି ।
କାର୍ଯ୍ୟକ୍ରମରେ ସାମିଲ ହୋଇ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ କହିଲେ, ଜଣେ ବ୍ୟକ୍ତି ନିଜର ଦୃଢ ଇଚ୍ଛଶକ୍ତି ସହ ଠିକଣା ସମୟରେ ଚିକିତ୍ସା କଲେ, କ୍ୟାନ୍‌ସର ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛି ।
କ୍ୟାନ୍‌ସର ସର୍ଭାଇଭର ଡ. ବି କେ ଚନ୍ଦ୍ରଶେଖର କହିଲେ, କ୍ୟାନ୍‌ସର ହେବା ପରେ ତାଙ୍କର ଦୁଇ ଦୁଇଥର ଅସ୍ତ୍ରୋପଚାର ହୋଇଥିଲା । ଏତିକିରେ କଷ୍ଟ ଯାଇନଥିଲା, ପୁଣି ହେପାଟାଇଟିସ୍‌ ସି ସଂକ୍ରମଣ ହେବା ସହ ଲିଭର ସିରୋସିସ୍‌ ହୋଇଥିବା ଜଣାପଡିଥିଲା । ଦୀର୍ଘ ଦେଢବର୍ଷର ଚିକିତ୍ସା ପରେ ସେ ବୁଝିପାରିଲେ ସେ ନୁହେଁ ବରଂ ତାଙ୍କ ଶରୀର ରୋଗଗ୍ରସ୍ତ ହୋଇଛି । ଏହି ସକରାତ୍ମକ ଚିନ୍ତା ମୁଣ୍ଡକୁ ଆସିବା ପରେ ସେ ସୁସ୍ଥ ଅନୁଭବ କରିପାରିଥିଲେ ବୋଲି ଡ.ଚନ୍ଦ୍ରଶେଖର କହିଥିଲେ । ସାଇକୋନ୍ୟୁରୋବିକ୍‌ ମାଧ୍ୟମରେ କିଭଳି ସକରାତ୍ମକ ଶକ୍ତି ଆହରଣ କରିହେବ, ଡିମୋ ଦ୍ୱାରା ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ ଡ.ଚନ୍ଦ୍ରଶେଖର ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ ଆଣ୍ଡ ସମ୍‌ ହସ୍ପିଟାଲ ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ କହିଲେ, ଏବେ କ୍ୟାନ୍‌ସର ନହେବାକୁ ପ୍ରତିଷେଧକ ଟୀକା ମଧ୍ୟ ବଜାରରେ ମିଳିଲାଣି ।
ସମ୍‌ ହସ୍ପିଟାଲର ଶିଶୁ କର୍କଟ ବିଶେଷଜ୍ଞ ଡାକ୍ତର ସରୋଜ ପଣ୍ଡା, ସର୍ଜିକାଲ ଅଙ୍କୋଲୋଜି ବିଭାଗର ଡାକ୍ତର ସୁନିଲ୍‌ ଅଗ୍ରୱାଲ, ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ସୁରେଶ୍ୱର ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ ସାଇନ୍ସ ଡିନ୍‌ ପ୍ରଫେସର ନୀତା ମହାନ୍ତି, ସର୍ଜିକାଲ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅମିତାଭ ଜେନା, ମେଡିକାଲ ଅଙ୍କୋଲୋଜି ବିଭାଗର ଡାକ୍ତର ସୌମ୍ୟ ଏସ୍‌ ପଣ୍ଡା, ଡାକ୍ତର ସୌରଭ ମିଶ୍ର ଓ ଡାକ୍ତର ପ୍ରୀତିଶ କ୍ୟାନ୍‌ସର ରୋଗ ସମ୍ପର୍କରେ ନିଜ ମତ ରଖିଥିଲେ ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କ୍ୟାନ୍‌ସର ସର୍ଭାଇଭରଙ୍କ ର‌୍ୟାମ୍ପରେ ଶୋ’ । ଏହି ଅବସରରେ ସୋଆର ଚିଫ୍‌ ଫାୟାର ଅଫିସର ରାମଚନ୍ଦ୍ର ସାହୁ ଗରିବ କ୍ୟାନ୍‌ସର ରୋଗୀଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । କ୍ୟାନ୍‌ସର ରୋଗରେ ଶ୍ରୀ ସାହୁଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା, ମା’ଙ୍କ ସ୍ମୃତିରେ ସେ ଏହି ଟଙ୍କା ପ୍ରଦାନ କରିଥିଲେ ।