PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ମାସକ ଭିତରେ ନୂଆ ଠିକଣାକୁ ଯିବ କ୍ୟାନ୍‌ସର ୟୁନିଟ୍‌

source: http://capitalhospital.nic.in

ଭୁବନେଶ୍ୱର,୨୦ ।୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ସଜଡ଼ାଯିବ । ହସ୍ପିଟାଲରେ ଜେରିଆଟିକ୍‌ ୱାର୍ଡ ଖୋଲିବ । ବୟସ୍କ ରୋଗୀ ଏହି ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେବେ । ଡିଆର୍‌ ଟିବି ସେଣ୍ଟର ମଧ୍ୟ ଖୁବ୍‌ଶୀଘ୍ର ଖୋଲିବ । ସଂକ୍ରମଣ ଭୟ ଥିବାରୁ ଡିଆର୍‌ଟିବି ରୋଗୀଙ୍କୁ ଅଲଗା ରଖି ଚିକିତ୍ସା କରାଯିବ । ଏହାଛଡ଼ା କ୍ୟାନସର ୱାର୍ଡ ଏଇ ମାସ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବରୁ ଅଧୁରା କାମକୁ ଶେଷ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । କ୍ୟାନ୍‌ସର ରୋଗୀଙ୍କ ଲାଗି ଓପିଡି, ଡେ କେୟାର ୟୁନିଟ୍‌ ସହ ପେଲିଆଟିଭ୍‌ କେୟାର ୟୁନିଟ୍‌ ମଧ୍ୟ କାମ କରିବ । ଏବେ କ୍ୟାନ୍‌ସର ୟୁନିଟ୍‌ ହସ୍ପିଟାଲର ଶିଶୁ ବିଭାଗ ବିଲ୍ଡିଂରୁ କାମ କରୁଛି । ତେବେ ସିଡିଏମ୍‌ଓ ଦୁଇ ଜଣ ଷ୍ଟାଫ୍‌ନର୍ସ ଦେବା ପରେ ଯାଇ ଏହି ୟୁନିଟ୍‌ ନୂଆ ଠିକଣାକୁ ଯିବ । ଏଥିପାଇଁ ସଡିଏମ୍‌ଓଙ୍କୁ ଷ୍ଟାଫ୍‌ନର୍ସ ଦେବାକୁ ଚିଠି ମଧ୍ୟ ଲେଖାଯାଇଛି । ମାସକ ମଧ୍ୟରେ ରୋଗୀ ସମ୍ପର୍କୀୟ ଆଶ୍ରୟ ସ୍ଥଳୀ ଥିବା ନୂଆ ଜାଗାକୁ ଉଠିଯିବ କ୍ୟାନ୍‌ସର ୟୁନିଟ୍‌ । ବର୍ଷେ ହେଲା ଏହି ବିଲ୍ଡିଂ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ କେବଳ ମାନବ ସମ୍ବଳ ଅଭାବରୁ ନୂଆ ଠିକଣାକୁ ଉଠିପାରୁନଥିଲା କ୍ୟାନ୍‌ସର ୟୁନିଟ୍‌ । ଏବେ ନୂଆ ବିଲ୍ଡିଂରେ ୟୁନିଟ୍‌ ଆରମ୍ଭ କରି ଏହାର ଉଦ୍‌ଘାଟନ ସାରିବାକୁ ସରକାର ଯୋଜନା କରିଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ଜେରିଆଟିକ ୱାର୍ଡ ଖୋଲିବାକୁ ୨ ବର୍ଷ ତଳୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜେରିଆଟିକ୍‌ ୱାର୍ଡ ପାଇଁ ଖୁବ୍‌ଶୀଘ୍ର ସ୍ୱତନ୍ତ୍ର ବିଲ୍ଡିଂ ନିର୍ମାଣ ହେବ । ମେଡିସିନ୍‌ ୱାର୍ଡ ଉପରେ ଏହି ବିଲ୍ଡିଂ ତିଆରି ହେବାକୁ ଯୋଜନା ହୋଇଛି । ଏହି ସ୍ୱତନ୍ତ୍ର ୱାର୍ଡରେ ୧୦ଟି ବେଡ୍‌ ରହିବ । ତେବେ ଡାକ୍ତର ଅଭାବ ଥିବାରୁ ଓପିଡି ଖୋଲିବନି କେବଳ ୱାର୍ଡ ଖୋଲିବ । ଉପର ମହଲାରେ ୱାର୍ଡ ଖୋଲିବାକୁ ଥିବାରୁ ବୟସ୍କ ରୋଗୀଙ୍କ ନେବା ଆଣିବା ପାଇଁ ଲିଫ୍ଟ ମଧ୍ୟ ଲାଗିବ । ଏଥିପାଇଁ ସରକାର ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଦୁଇ ସପ୍ତାହ ମଧ୍ୟରେ ଟେଣ୍ଡର ଡକା ହେବ । ମାସକ ମଧ୍ୟରେ ଏଥିପାଇଁ ଭିତ୍ତି ପ୍ରସ୍ତର ଦେବାକୁ ଯୋଜନା ରହିଛି ।
ଟିବି ରୋଗୀ ଅନ୍ୟ ୱାର୍ଡ ନିକଟରେ ରହିଥିବାରୁ ସଂକ୍ରମଣ ଭୟ ରହିଛି । ତେଣୁ ଡିଆର୍‌ଟିବି ରୋଗୀଙ୍କ ଲାଗି ଅଲଗା ୱାର୍ଡ ଖୋଲିବ । ଏଥିପାଇଁ ସ୍ୱତନ୍ତ୍ର ବିଲ୍ଡିଂ ନିର୍ମାଣ କାମ ଜୋରସୋର୍‌ରେ ଚାଲିଛି । ଏହି ୱାର୍ଡରେ ଟିବି ରୋଗୀଙ୍କୁ ରଖି ଚିକିତ୍ସା କରାଯିବ । ଏଥିପାଇଁ ୨ ଟି ବେଡ୍‌ ରହିବ । ମାର୍ଚ୍ଚ ସୁଦ୍ଧା ଏହି ବିଲ୍ଡିଂ ନିର୍ମାଣ କାମ ପିଡବ୍ଲୁଡିକୁ ସାରିବାକୁ ଲକ୍ଷ୍ୟ ଦିଆଯାଇଛି ।

ସମ୍ବନ୍ଧିତ ଖବର