PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରୋହିତଙ୍କ ସହ ମତଭେଦ ନେଇ କୋହଲି କଲେ ବଡ଼ ଖୁଲାସା,କହିଲେ ଟିମରେ…

ନୂଆଦିଲ୍ଲୀ,୨୫।୭: ଆଇସିସି କ୍ରିକେଟ ଓ୍ବାର୍ଲ୍ଡକପ ୨୦୧୯ରେ ଭାରତୀୟ ଟିମ୍ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥିଲା। ଏଭଳି ଏକ ସମୟ ରହିଥିଲା, ଯେତେବେଳେ ଏହି ଟିମ୍ ବିଶ୍ବକପ ୨୦୧୯ କପ୍ର ସବୁଠାରୁ ବଡ ଦାବିଦାର ରହିଥିଲା।  କିନ୍ତୁ ଅଚାନକ ଭାବରେ ସେମିଫାଇନାଲରେ ପରାଜୟ ପରେ ସବୁକିଛି ବଦଳି ଯାଇଥିଲା ଓ ଟିମ୍ ବିଶ୍ବକପରୁ ବାହାରି ଯାଇଥିଲା। ବିଶ୍ବକପରେ ଭାରତୀୟ ଟିମକୁ ଅନ୍ୟ ଦେଶର ଖେଳାଳିମାନେ ଭୟ କରୁଥିଲେ, କିନ୍ତୁ ସେମିଫାଇନାଲରେ ପରାଜୟ ପରେ ସବୁ ସ୍ବପ୍ନ ଧୂଳିସାତ ହୋଇଯାଇଥିଲା।

ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍, ସିଲେକ୍ଟର ଏବଂ ଖେଳାଳିଙ୍କୁ ଏଥିପାଇଁ ଦେଶବାସୀ ଦାୟୀ କରିଥିଲେ। ଏପରିକି ଦଳରେ ଫାଟ ସୃଷ୍ଟି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଦଳ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି ଗୋଟିଏ ପଟେ କ୍ୟାପଟେନ୍ ବିରାଟ କୋହଲି ଏବଂ ଅନ୍ୟପଟେ ଉପଅଧିନାୟକ ରୋହିତ ଶର୍ମାଙ୍କ ରହିଛନ୍ତି। କୋହଲିଙ୍କ ସମର୍ଥନରେ ଥିବା ଖେଳାଳିଙ୍କୁ ଖେଳିବାକୁ ସୁଯୋଗ ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା।

ଏହି ଖବର ପରେ ପ୍ରଥମ ଥର ପାଇଁ  କୋହଲି କହିଛନ୍ତି, ଟିମରେ କୌଣସି ପ୍ରକାର ମତଭେଦ ନାହିଁ, ମୋର ଏବଂ କୂଳଦୀପ ଯାଦବଙ୍କ ମଧ୍ୟରେ ଖୁବ୍ ଭଲ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ସେଭଳି ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କ ସହିତ ରହିଛି। ପରିସ୍ଥିତି ଏଭଳି ଯେ, କେହି ବି ନିଜର କଥା କାହାକୁ କହିପାରିବେ। ମୁଁ ନିଜେ ଏବେ ଲୋକଙ୍କ ପାଖକୁ ଯାଇ କହୁଛି, ଦେଖ ଏ ଭୁଲ ମୁଁ କରିଛି, ତୁମେ ଏଭଳି କରନାହିଁ।’ ଗଣାମଧ୍ୟମରେ ଖବର ଆସିଥିଲା ଯେ, ରୋହିତଙ୍କୁ କ୍ୟାପେଟନ୍ ପଦରୁ ହଟାଇବାକୁ ମୁଁ ଓ୍ବେଷ୍ଟଇଣ୍ଡିଜ ଯାଉଛି।’

ବିଶ୍ବାସ କରନ୍ତୁ ରୋହିତ ଓ ମୋ ଭିତରେ ଥିବା ସମ୍ପର୍କରେ କୌଣସି ପ୍ରକାର ତିକ୍ତତା କିମ୍ବା ବିବାଦ ନାହିଁ। ଆମେ ଦୁହେଁ ଏକାଠି ଖେଳୁଛୁ ଓ ଯୋଜନା କରିଛୁ କେବଳ ଖେଳରେ ଜିତିବା ପାଇଁ। ରୋହିତ କ‘ଣ ମୋତେ ମଧ୍ୟ କ୍ୟାପଟେନ୍ ହେବାର ଲୋଭ ନାହିଁ, ଆମେ ଦୁହେଁ ଦେଶ ପାଇଁ ଖେଳୁଛୁ ଓ ପ୍ରତି ମ୍ୟାଚରେ ଜିତିବାକୁ ଚାହୁଁଛୁ। ରୋହିତ ଖୁବ୍ ବିଶ୍ବସ୍ତ ଏବଂ ଭଲ ଖେଳାଳି ବୋଲି କହିଛନ୍ତି କୋହଲି।

ଏହାସହ କହିଛନ୍ତି, ସେ ତାଙ୍କ ଜୀବନରେ ପରାଜୟ ଓ ବିଫଳତାରୁ ବହୁତ କିଛି ଶିଖିଛନ୍ତି। ସେ କହିଛନ୍ତି, ଖରାପ ସମୟରେ ମୋତେ ନା କେବଳ ଆଗକୁ ବଢିବାକୁ ପ୍ରେରଣା ଦେଇଛି  ବଂର ମଣିଷ ଭାବରେ ମୋତେ ସୁଧାରିଛି। ଏହାଦ୍ବାରା ମୋତେ ଖରାପ ସମୟରେ ମୂଲ୍ୟ ସଫଳତା ଠାରୁ ଅଧିକ ଅନୂଭୂତ ହୋଇଛି। ଏଥିରୁ ମୋତେ ଲାଗୁଛି ବସିକି ଭାବିବା ଏବେ କ’ଣ କରିବା ଦରକାର ଓ ନିଜ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବି।’

ସମ୍ବନ୍ଧିତ ଖବର