ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଶେଷଯାତ୍ରାରେ ଦୁଇ ପାଇଲଟ; ଲୁହଭିଜା ବିଦାୟ ଦେଲେ ପିତା-ପତ୍ନୀ, ସମସ୍ତଙ୍କୁ କନ୍ଦାଇ ଦେଲା ଭିଡିଓ

Published By : Ankita S | June 17, 2025 2:54 PM

ନୂଆଦିଲ୍ଲୀ,୧୭/୦୬: ଜଣେ ବାପାଙ୍କୁ କଥା ଦେଇ ଯାଇଥିଲେ । ଚାକିରିରୁ ଅବସର ନେବି ତୁମ ସେବା କରିବି ତୁମ ସହ ବାକି ସମୟ ବିତାଇବି । ଆଉ ଜଣେ ପତ୍ନୀଙ୍କୁ କଥା ଦେଇଥିଲେ । ଘରକୁ ଆସିବି ପିଲାଙ୍କୁ ଟିକେ ଆଖି ପୁରାଇ ଦେଖିବି । ସ୍ନେହ କରିବି । ହେଲେ ସବୁ କିଛି ଅଧାରେ ରଖିଗଲା । ପୁଅକୁ ହରାଇ ଜଣେ ବାପାର କୋଳ ଖାଲି ହୋଇଗଲା । ଆଉ ଦୁଇ ପିଲା ବାପ ଛେଉଣ୍ଡ ହୋଇଗଲେ । ଦୁଇ କ୍ୟାପ୍ଟେନ୍ । ଆକାଶକୁ ବାଛି ଥିଲେ ଉଡିବାକୁ ହେଲେ ସେହି ଆକାଶରେ ଯେ ଦିନେ ହଜିଯିବେ କିଏ ଜାଣିଥିଲା । ଜଣେ କ୍ୟାପ୍ଟେନ୍‌ ସୁମିତ୍ ସବରୱାଲ ଆଉ ଜଣେ କ୍ୟାପ୍ଟେନ୍ ରାଜବୀର ସିଂହ ଚୌହାନ । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସୁମିତ୍ ସବରୱାଲଙ୍କର ମୃତ୍ୟୁ ହୋଇଥିଲା । ସେହିପରି କେଦାନାଥର ଗୌରୀଘାଟରେ ହୋଇଥିବା ହେଲିକପ୍ଟର କ୍ରାସ୍‌ରେ ଆଖି ବୁଜିଥିଲେ କ୍ୟାପ୍ଟେନ୍‌ ରାଜବୀର ସିଂହ । ଦୁଇ କ୍ୟାପ୍ଟେନ୍‌ଙ୍କର ଶେଷକୃତ୍ୟ ହୋଇଛି । ସୁମିତଙ୍କ ବାପା ଓ ରାଜବୀଙ୍କ ପତ୍ନୀ ଲୁହ ଭିଜା ଆଖିବେ ସେମାନଙ୍କୁ ବିଦାୟ ଦେଇଛନ୍ତି । ଏହି ସମୟର ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

ବିଦାୟ କ୍ୟାପ୍ଟେନ୍ ସୁମିତ୍- ଗତ ଜୁନ୍‌ ୧୨ ତାରିଖରେ ଅହମ୍ମଦାବାଦ ପ୍ଲେନ୍ କ୍ରାସ୍‌ରେ କ୍ୟାପ୍ଟେନ୍‌ ସୁମିତ ସବରୱାଲଙ୍କର ଦେହାନ୍ତ ହୋଇଥିଲା । ଆଜି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଲୁହ ଭିଜା ଆଖିରେ ତାଙ୍କୁ ବିଦାୟ ଦେଇଛନ୍ତି ତାଙ୍କ ବାପା । ଥରୁଥିବା ହାତରେ ଲୁହ ଭିଜା ଆଖିରେ ପାଇଲଟ ପୁଅକୁ ବିଦାୟ ଦେଇଛନ୍ତି ସୁମିତଙ୍କ ବାପା ୮୮ ବର୍ଷୀୟ ପୁଷକରାଜ ସବରୱାଲ । ଯେଉଁ ଦୃଶ୍ୟ ସେଠି ଉପସ୍ଥିତ ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା ।

ବିଦାୟ କ୍ୟାପ୍ଟେନ୍ ରାଜବୀର-ଗତ ରବିବାର କେଦାରନାଥ ଗୌରୀକୁଣ୍ଡ ଜଙ୍ଗଲରେ ବେଲ୍ ୪୦୭ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ କ୍ୟାପ୍ଟେନ୍ ରାଜବୀର ସିଂହଙ୍କର ବିୟୋଗ ହୋଇଥିଲା । ତାଙ୍କ ବିବାହକୁ ୧୪ ବର୍ଷ ହୋଇଥିଲା । ତାଙ୍କ ପତ୍ନୀ ଦୀପିକା ସେନାରେ ଲେପ୍ଟନାଣ୍ଟ କର୍ଣ୍ଣଲ ଭାବେ କାର୍ଯ୍ୟରତ । ୪ ମାସ ତଳେ ଯାଆଁଳା ଶିଶୁପୁତ୍ରଙ୍କ ପିତା ହୋଇଥିଲେ ରାଜବୀର । ଦୁଇ ପାଲିଙ୍କ ଉପରୁ ପିତାଙ୍କ ହାତ ଉଠି ଯାଇଛି । ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଆଖିରେ ଲୁହ ଓ ଦେହରେ ସେନା ବର୍ଦି ପିନ୍ଧି ସ୍ୱାମୀଙ୍କୁ ବିଦାୟ ଦେଇଛନ୍ତି ଲେପ୍ଟଲାଣ୍ଟ କର୍ଣ୍ଣଲ ଦୀପିକା ଚୌହାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.