ଫିରିଙ୍ଗିଆ,୧୪/୧୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ ଗୋଛାପଡ଼ା ମୁଖ୍ୟ ରାସ୍ତାର ବରେବାଟା ଛକ ନିକଟରେ ଏକ କାର୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାରର ଡ୍ରାଇଭର ସହ କାରରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି I ତେବେ ଆହତମାନଙ୍କ ମଧ୍ୟରେ ଜଣେ ଫିରିଙ୍ଗିଆ ଥାନା କାଶିନିପଦର ପଞ୍ଚାୟତ ଅଧୀନରେ ଥିବା ସ୍ୱଳ୍ପ ସାହିର ଚନ୍ଦନ ଦିଗାଳ ବୋଲି ଜଣାପଡିଥିବାବେଳେ ଅନ୍ୟ ଜଣେ ସାସି ପଦର ଗାଁର ଭଲଭଦ୍ର ଦିଗାଳ ବୋଲି ଜଣାପଡିଛି । ସେମାନେ ଦୁଇ ସାଙ୍ଗ ବୋଲି ଜଣାପଡଥିବାବେଳେ କାରଟି ଚନ୍ଦନ ଦିଗାଳର ବୋଲି କାଣାପଡ଼ିଛି I

ସୂଚନା ଅନୁସାରେ ଶୁକ୍ରବାର ଏହି ଦୁଇ ସାଙ୍ଗ ଉକ୍ତ କାରରେ କୌଣସି କାମ ପାଇଁ ଫିରିଙ୍ଗିଆ ବଜାରକୁ ଆସିଥିଲେ I କାମ ସାରି ନିଜ ଗାଁକୁ ଫେରିବା ସମୟରେ କାରଟି ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ବରେବାଟା ନିକଟ ରାସ୍ତା କଡ଼ରେ ଓଲଟି ପଡିଥିଲା I ଫଳରେ କାର ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଗୁରୁତର ହୋଇଥିଲେ I ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡ଼ିକାଲକୁ ଆଣିଥିବାବେଳେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I ଅନ୍ୟପଟେ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ବିଷୟରେ ପୁଲିସ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି I