ଭୁବନେଶ୍ବର ୦୯/୦୨: ଭୁବନେଶ୍ବର ମର୍ଡର ମିଷ୍ଟ୍ରୀରେ ଟୁଇଷ୍ଟ। ଟ୍ୟାକ୍ସି ଡ୍ରାଇଭରକୁ ହତ୍ୟା କଲା ପାର୍ଲର ଗାର୍ଲ। ଯୁବକଙ୍କ ବେକ କାଟି ମାରିଦେଲେ ପ୍ରେମିକା। ମୃତ ଡ୍ରାଇଭର୍ ହେଲେ ସତ୍ୟବ୍ରତ ପ୍ରଧାନ । ସତ୍ୟବ୍ରତକୁ ତଣ୍ଟି କାଟି ପ୍ରେମିକା ହତ୍ୟା କରିଥିବା ଅଭିଯୋଗ । ଯୁବତୀଙ୍କୁ ଥାନାରେ ଅଟକ ପୁଲିସ ପଚରାଉଚରା କରୁଛି । ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ମଙ୍ଗଳା ମନ୍ଦିର ଛକ ନିକଟରେ ଘଟିଛି ମର୍ଡର । ସେପଟେ ସତ୍ୟବ୍ରତ ଚଳାଉଥିବା କାରକୁ ଗାଡି ମାଲିକ ଭୁବନେଶ୍ବରରୁ ନେଇଯାଉଥିବା ବେଳେ  ଶିଶୁଭବନ ଛକରେ ବ୍ରିଜ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳ ମୃତ ଯୁବକ ଜଣଙ୍କ ଏକ ଭଡ଼ା ଘରେ ରହୁଥିଲେ। ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ମଙ୍ଗଳା ମନ୍ଦିର ଛକରେ ସେ ଆକ୍ରମଣର ଶିକାର ହୋଇଥିଲେ । ସୋମବାର ସକାଳୁ ଉକ୍ତ ଯୁବକଙ୍କ ମୃତଦେହ ମିଳିଥିଲା । ତେବେ ଯୁବକଙ୍କ ହତ୍ୟା ପଛରେ ପ୍ରେମିକାଙ୍କ ହାତ ସନ୍ଦେହ କରାଯାଉଛି । ସେପଟେ ଅଭିଯୁକ୍ତ ଯୁବତୀଙ୍କୁ ପୁଲିସ ଉଠାଇଆଣି ପଚରାଉଚରା କରୁଛି ।

ଆହୁରି ପଢ଼ନ୍ତୁ :-ଶିଶୁଭବନ ଓଭରବ୍ରିଜରେ ବଡ଼ ଦୁର୍ଘଟଣା, ବ୍ୟାରିକେଡ୍କୁ ପିଟି ତଳକୁ ଖସିଲା କାର୍