ଭୁବନେଶ୍ଵର, ୦୯/୦୨ : ଭୁବନେଶ୍ଵର ଶିଶୁଭବନ ଓଭରବ୍ରିଜରେ ବଡ଼ ଦୁର୍ଘଟଣା। ଓଭରବ୍ରିଜ୍ ବ୍ୟାରିକେଡ୍‌କୁ ପିଟି ତଳକୁ ଖସି ଘର ଉପରେ ପଡ଼ିଲା କାର୍। ଅଳ୍ପକେ ବର୍ତ୍ତିଲେ କାର୍‌ ଡ୍ରାଇଭର। ସୋମବାର ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି। 

ସୂଚନାନୁଯାୟୀ, ସୋମବାର ଭୋର୍ ସମୟରେ ଭୁବନେଶ୍ଵର ଶିଶୁ ଭବନ ଓଭରବ୍ରିଜରେ ବଡ଼ ଦୁର୍ଘଟଣା ଘଟିଛି। ଓଭରବ୍ରିଜ୍ ବ୍ୟାରିକେଡ୍‌କୁ ପିଟି ଏକ କାର୍ ତଳକୁ ଖସି ପଡ଼ିଥିଲା। ଏହାପରେ ଏକ ଗଛକୁ ଧକ୍କା ଦେଇ ଗାଡିଟି ଏକ ଘର ଉପରକୁ ଚଢି ଯାଇଥିଲା। କେଦାରପଲି ବସ୍ତିରେ ଏହି ଦୁର୍ଘଟଣା ଘଟିଛି। ତେବେ କାର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ଦୁଇଟି ଘର ଭାଙ୍ଗି ଯାଇଛି। କାର୍ ଧକ୍କା ହେବା ସମୟରେ ନୀର ନାୟକଙ୍କ ଘରେ ୮ ଜଣ ଶୋଇଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ବଳଙ୍ଗାରେ ଅଭାବନୀୟ ଘଟଣା, ଉକୁଣୀ ନେଲା ନାବାଳିକାର ଜୀବନ!​​​​​​​