ଫିରିଙ୍ଗିଆ,୬/୦୬: ଶୁକ୍ରବାର ସନ୍ଧ୍ୟା ଛଅଟା ସମୟରେ କାନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ହାଇସ୍କୁଲ ନିକଟରେ ଏକ କାର ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ସହ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହାସହ ମହିଳାଙ୍କ ଦୁଇ ମାସର ଶିଶୁ ରାସ୍ତା କଡ଼କୁ ଛିଟକି ପଡି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି I ତେବେ ଗୁରୁତର ଆହତ ହୋଇଥିବା ବାଇକ ଚାଲାକ ଜଣକ ହେଉଛନ୍ତି ଗୋଛାପଡା ଥାନା କ୍ରାଣ୍ଡିବାଲି ପଞ୍ଚାୟତ ଡ଼ଙ୍ଗୀମେଣ୍ଡି ଗାଁର ଗୌରହରି କହଁର। ଏବଂ ମହିଳା ଜଣକ ତାଙ୍କ ଭଉଣୀ ଉର୍ମିଳା କହଁର ବୋଲି ଜଣାପଡିଛି I
ସୂଚନା ଅନୁସାରେ ଏକ ବାଇକରେ ଗୌରହରୀ ତାଙ୍କ ଭଉଣୀ ଓ ତାଙ୍କର ଦୁଇମାସର ଛୋଟ ଶିଶୁକୁ ଏକ ବାଇକରେ ଗୋଛାପଡା ମେଡିକାଲକୁ ନେଇକି ଯାଉଥିବା ସମୟରେ ଗୋଛାପଡା ବାଲନ୍ଦାପଡା ମୁଖ୍ୟ ରାସ୍ତାର କ୍ରାଣ୍ଡି ବାଲି ହାଇସ୍କୁଲ ନିକଟରେ ଦ୍ରୁତ ଗତିରେ ବିପରୀତ ଦିଗରୁ ଅସୁଥୁବା ଏକ କାର ଧକ୍କା ଦେଇଥିଲା I ଫଳରେ ବାଇକ ଚାଲାକ ଗୌରହରୀ ଓ ତାଙ୍କ ଭଉଣୀ ଗୁରୁତର ଆହତ ହେବା ସହ ମା କୋଳରେ ଥିବା ଦୁଇ ମାସର ଶିଶୁ ରାସ୍ତାକାଡ଼କୁ ଛିଟିକି ପଡି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି I
ତେବେ ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କାରଟି ବାଲନ୍ଦାପଡା ପଞ୍ଚାୟତ ମଣ୍ଡିଵାଲା ଗାଁର ବୋଲି ଜଣାପଡିଛି I ତେବେ ଆହତ ବାଇକ ଆରୋହୀମାନଙ୍କୁ ସ୍ଥାନୀୟ ଲୋକେ ଏକ ବୋଲେରୋ ସାହାଯ୍ୟରେ ପ୍ରଥମେ ଗୋଛାପଡା ମେଡିକାଲକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛିI ଅନ୍ୟପଟେ ଘଟଣା ସ୍ଥଳରେ ଗୋଛାପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି I