ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଗଛରେ ପିଟି ହେଲା କାର୍ ; ଦୁଇ ଭାଇ ମୃତ, ୧ ଗୁରୁତର

Published By : Gurupada Nath | June 26, 2025 11:29 PM

ଝରିଗାଁ,୨୬/୬ :  ଗଛରେ ପିଟି ହେଲା କାର୍ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାରେ ଥିବା ଡାଇନିଗୁଡ଼ା ଗ୍ରାମ ନିକଟରେ ।  ରାସ୍ତା କଡ଼ରେ ଥିବା ଗଛରେ କାର୍ ପିଟି ହେବା ଯୋଗୁଁ ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ ହୋଇଥିବା ବେଳେ ସମ୍ପର୍କୀୟ ଭାଇ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ହେଲେ ଝରିଗାଁ ସିରାଗୁଡା ସାହିର ଚମ୍ପକ ଲାଲ ଜୈନଙ୍କ ପୁଅ ସାଗର ଜୈନ(୨୧), ସ୍ୱର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁର ଜୈନ(୩୦) । ଗୁରୁତର ହେଲେ ମନମୋହନ ଜୈନଙ୍କ ପୁଅ କ୍ରିସ ଜୈନ(୧୮) ।       ସୂଚନା ଅନୁସାରେ, ସାଗର ଜୈନ , ଅଙ୍କୁର ଜୈନ ଏବଂ କ୍ରିସ ଜୈନ ଆଜି ସନ୍ଧ୍ୟା ସମୟରେ ଗାଡିରେ କୌଣସି ଏକ କାମରେ ଫୁପୁଗାଁ ରାସ୍ତାରେ ଯାଉଥିଲେ। ତେବେ ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ତେନ୍ତୁଳି ଗଛ ଏବଂ ଆମ୍ବ ଗଛ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସାଗର ଏବଂ ଅଙ୍କୁରଙ୍କ ମୃତ୍ୟୁ ହୋଇଥିବାବେଳେ କ୍ରିସ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ କ୍ରିସ ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.