PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଚଳନ୍ତା କାର୍‌ରେ ମଡେଲ୍‌ଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତଙ୍କୁ ଗିରଫ

କୋଚି,୧୯/୧୧: କେରଳରେ ଜଣେ ୧୯ ବର୍ଷୀୟା ମଡେଲ୍‌ଙ୍କୁ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ କରାଯାଇଛି । ଅଭିଯୋଗ ପରେ ପୁଲିସ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୁଲିସ ସୂଚନା ମୁତାବକ, କୋଡୁଙ୍ଗାଲୁର ନିବାସୀ ୩ ଜଣ ଅଭିଯୁକ୍ତ ମଡେଲ୍‌ଙ୍କୁ କାର୍‌ ମଧ୍ୟରେ ଦୁଷ୍କର୍ମ କରିଥିଲେ । କେରଳର କସରାଗୋଡରେ ପୀଡ଼ିତାଙ୍କ ଘର । ପୀଡ଼ିତା କାକ୍କାନାଡ଼ରେ ରହୁଥିଲେ । ତାଙ୍କୁ ଜଣେ ରାଜସ୍ଥାନୀ ବନ୍ଧୁ ଏକ ଡିଜେ ପାର୍ଟିକୁ ନିମନ୍ତ୍ରଣ କରିଥିଲେ । ଏହାପରେ ବନ୍ଧୁ ଜଣକ ତାଙ୍କୁ ଅଭିଯୁକ୍ତମାନଙ୍କ ସହ ପରିଚୟ କରାଇଥିଲେ । ପାର୍ଟି ଶେଷ ହେବା ପରେ ମଡେଲ୍‌ଙ୍କୁ ୪ ଜଣ ଅଭିଯୁକ୍ତ ନିଜ କାର୍‌ରେ ନେଇ ଛାଡ଼ିଦେବେ ବୋଲି କହିଥିଲେ । ସେ ରାଜି ହୋଇ କାର୍‌ରେ ବସିଥିଲେ । ତେବେ କିଛି ବାଟ ଯିବା ପରେ ମଡେଲ୍‌ଙ୍କୁ ୩ ଜଣ ମିଶି ଚଳନ୍ତା କାର୍‌ ମଧ୍ୟରେ ବଳାତ୍କାର କରିଥିଲେ । ଏହାପରେ ସେମାନେ ପୀଡ଼ିତାଙ୍କୁ କାକ୍କାନାଡ଼ରେ ଛାଡ଼ି ଚାଲିଯାଇଥିଲେ । ଯୁବତୀ ଜଣକ ଆହତ ଥିବା ଡାକ୍ତରୀ ଯାଞ୍ଚରୁ ଜଣାପଡ଼ିଛି ।

ଏକ ଘରୋଇ ହସ୍ପିଟାଲ ଦ୍ୱାରା ଖବର ଦିଆଯିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଶୁକ୍ରବାର ସକାଳେ ପୀଡ଼ିତାଙ୍କୁ ତାଙ୍କର ଜଣେ ବନ୍ଧୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣା ଦିନ ପୀଡ଼ିତା ଏକ ବାର୍‌ରେ ମଦ୍ୟପାନ କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର