ଭୁବନେଶ୍ୱର,୦୧/୦୨: ନାଲକୋ-ଡମଣା ରାସ୍ତାରେ ସଡ଼କ ଦୁର୍ଘଟଣା । ଡିଭାଇଡର୍‌ ଉପରେ ଚଢ଼ିଗଲା ଏକ୍ସୟୁଭି। ଭାଙ୍ଗିଲା ଏକାଧିକ ଇଲେକ୍ଟ୍ରି ପୋଲ୍ । ଏହି ସଡ଼କ ଦୁର୍ଘଟଣା ଜଣେ ଆହତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ଋଣ ବୋଝ ନେଲା ଜୀବନ, ଆପାର୍ଟମେଣ୍ଟରୁ ବିଲଡର୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନା ମୁତାବକ, ଶନିବାର ସକାଳୁ ଏକ ଏକ୍ସୟୁଭି ଗାଡ଼ି ନାଲକୋ- ଡମଣା ରାସ୍ତାରେ ଯାଉଥିଲା । ଏହି ସମୟରେ ହଠାତ୍‌ ରାସ୍ତା ମଝିରେ ଥିବା ଡିଭାଇଡର୍‌ ଉପରେ ଗାଡ଼ିଟି ଚଢି ଯାଇଥିଲା । ଡିଭାଇଡର୍‌ ଉପରେ ଚଢି ଏକାଧିକ ଇଲେକ୍ଟ୍ରି ପୋଲ୍‌ ଗୁଡ଼ିକୁ ଭାଙ୍ଗି ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ଆହତ ମଧ୍ୟ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।