ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଋଣ ବୋଝ ନେଲା ଜୀବନ, ଆପାର୍ଟମେଣ୍ଟରୁ ବିଲଡର୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Harapriya Sethi | February 1, 2025 7:19 AM

ଭୁବନେଶ୍ୱର,୦୧/୦୨: ସହି ପାରିଲେନି ବିଜନେସ୍‌ ଲସ୍ । ବିଜନେସ୍‌ ଲସ୍ ଓ ଋଣ ବୋଝର ମାନସିକ ଚାପ ସହି ନପାରି ଶେଷରେ ଝୁଲି ପଡ଼ିଲେ ବିଲଡର୍‌ । ବିଲଡର୍‌ ଜଣକ ହେଲେ ବିନାୟକ ଡେଭଲପର୍ ସଂସ୍ଥାର ମାଲିକ ଜିତେନ୍ଦ୍ର ନାୟକ । ତାଙ୍କ ମୃତଦେହ ଚନ୍ଦ୍ରଶେଖରପୁର ସ୍ଥିତ ତନିସ୍କ ସୋ ରୁମ୍ ପଛ ପଟେ ଥିବା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ରାଜଧାନୀରେ ସଡ଼କ ଦୁର୍ଘଟଣା: ଡିଭାଇଡର୍‌ ଉପରେ ଚଢ଼ିଗଲା ଏସ୍ୟୁଭି, ଜଣେ ଆହତ

ପୁଲିସ କହିବା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅଧୀନ ତନିସ୍କ ପଛ ପଟ ରାସ୍ତାରେ ଏକ ଆପାର୍ଟମେଣ୍ଟରେ ଜିତେନ୍ଦ୍ର ରହୁଥିଲେ । ଶୁକ୍ରବାର ଦିନ ତମାମ ସେ ଘରୁ ବାହାରେ ଥିଲେ । କୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲେ । ସନ୍ଧ୍ୟାରେ ଘରକୁ ଫେରିବା ପରେ ସେ ଗୁମସୁମ ରହିଥିଲେ । କାହାରିକୁ କିଛି କହିନଥିଲେ । ରାତି ସାଢ଼େ ୮ଟା ବେଳେ ସେ ଶୋଇବା ଘରକୁ ଯାଇ ଭିତର ପଟୁ ବନ୍ଦ କରିଦେଇଥିଲେ । ପରିବାର ଲୋକ ତାଙ୍କୁ ଅନେକଥର ଡାକିଥିଲେ । କିନ୍ତୁ ଜିତେନ୍ଦ୍ର କବାଟ ଖୋଲିଲେନି । ଶେଷରେ ପରିବାର ଲୋକ କବାଟ ଭାଙ୍ଗି ଭିତରେ ପଶି ଦେଖିବା ବେଳକୁ ଜିତେନ୍ଦ୍ର ଏକ କପଡ଼ାରେ ବେକକୁ ଗୁଡ଼ାଇ ରୁମ୍‌ ଫ୍ୟାନ୍‌ରେ ଝୁଲି ପଡିଥିଲେ । ପରିବାର ଲୋକ ତାଙ୍କୁ ତଳକୁ ଓହ୍ଲାଇ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ । ଡାକ୍ତର ସେଠାରେ ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲା । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି । ପୋଲିସ ତନାଘନାରୁ ଜଣାପଡି଼ଛି ଯେ, ବଡ଼ଗଡ଼ ଅଞ୍ଚଳରେ ଏକ ଦାମୀ ଜମି କିଣାବିକାକୁ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ । ଉକ୍ତ ଜମି କିଣିବାକୁ ସେ ବିପୁଳ ଟଙ୍କା ବ୍ୟାଙ୍କରୁ ଋଣ କରିଥିଲେ । ଋଣ ସୁଝିବା ନେଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି । ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ  ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.