PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସ୍କୁଟିକୁ ପଛପଟୁ ଧକ୍କା ଦେଲା କାର: ମାଆ ମୃତ, ଛୁଆ ଓ ଶଶୁର ଗୁରୁତର

ଛତ୍ରପୁର ୧୯/୧୧: ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଢ଼ାବା ହୋଟେଲ ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା କାର। ଘଟଣାସ୍ଥଳରେ ମାଙ୍କ ମୃତ୍ୟୁ ଘଟିଥିବା ବେଳେ ଶଶୁର ଓ ଛୁଆ ଗୁରୁତର ଅଛନ୍ତି। ତାଙ୍କଚ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ରମ୍ଭା ଟିକରପଡା ବେବି ସେଠୀ ବୋଲି ଆଇଆଇସି ଡି. ସ୍ୱରୂପ କିସନ ସୂଚନା ଦେଇଛନ୍ତି l

ସୂଚନା ମୁତାବକ, ଆଜି ସକାଳ ୮ଟାରେ ନିଜ ଝିଅର ଚିକତ୍ସା ନିମନ୍ତେ ମୃତ ବେବି ନିଜ ଶଶୁରଙ୍କ ସହ ସ୍କୁଟିରେ ରମ୍ଭାରୁ ଗଞ୍ଜାମ ନିକଟ ଲକ୍ଷ୍ମୀପୁର ଅଭିମୁଖେ ଆସୁଥିବା ବେଳେ ଢ଼ାବା ନିକଟରେ ପଛପଟୁ କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୋହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଶାଶୁର ଏବଂ ନାତୁଣୀଙ୍କୁ ପ୍ରଥମେ ଛତ୍ରପୁର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । କାର ଚାଳକକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।