ଅନୁଗୁଳ,୨୧/୨: ଟ୍ରକ ପଛରେ ପିଟିହେଲା କାର । ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଅନୁଗୁଳ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଇଲାକା ମରାତିରା ଛକ ନିକଟରେ ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କନ୍ଦରସିଂହା ଗ୍ରାମର ଆମିତ୍ ସାହୁ(୩୦) ଓ ତାଳଚେରର ବିସ୍ମୟ ଦାସ(୨୯) । ଅନ୍ୟ ଜଣେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ :- ଓୟୋରୁ ଯୁବକଙ୍କ ମୃତଦେହ ମିିଳିବା ଘଟଣା: ମୃତ୍ୟୁ ପଛରେ ଲୁଚିଛି କିଛି ରହସ୍ୟ, ହସ୍ପିଟାଲ୍ରୁ କାହିଁକି ଫେରାର ହେଲେ ପ୍ରେମିକା