ବୌଦ୍ଧ, ୨୭।୬  :  ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ବୋତଲରେ ଗଳାକାଟି ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ମନମୁଣ୍ଡା ଥାନା ଅନ୍ତର୍ଗତ ଡିଗି ଗ୍ରାମ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ଜଣକ ହେଲେ ଋଷିବନ୍ଧ ଗ୍ରାମର କପିଳ ନାୟକ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ତଦନ୍ତ କରୁଛି ମନମୁଣ୍ଡା ପୋଲିସ ।

ସୂଚନା ଅନୁଯାୟୀ କପିଲ ଶୁକ୍ରବାର  ରାତିରେ ଘରୁ ଡିଗି ଗ୍ରାମ ନିକଟରେ ଥିବା ଏକ ଫାଷ୍ଟଫୁଡ ସେଣ୍ଟର କୁ ଆସିଥିଲେ । ସେଠାରେ କିଛି ଯୁବକଙ୍କ ସହିତ ତାଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା।  କିଛି ଯୁବକ ତାଙ୍କୁ ଏକ କାଠ ଫାଳିଆ ରେ ମାଡ଼ ମାରିବା ସହିତ ମଦ ବୋତଲ ଯୋଗେ ତାଙ୍କ ବେକକୁ କାଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ବେଳେ ପରିବାର ଲୋକେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଛନ୍ତି। ଏନେଇ ମନମୁଣ୍ଡା ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ  କପିଲ ଙ୍କୁ କିଏ ଏବଂ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା ସେ ନେଇ ତଦନ୍ତ ପରେ ହିଁ ତାହାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

ଆହୁରି ପଢନ୍ତୁ : ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ, ପୋଡି ହୋଇ ଯୁବତୀ ଗୁରୁତର