ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନୂଆ ପୋପ୍ ନିର୍ବାଚିତ ହେଲେ କାର୍ଡିନାଲ ରବର୍ଟ ପ୍ରେଭୋଷ୍ଟ; ପ୍ରଥମ ଆମେରିକୀୟ ଭାବେ ହେଲେ ଚୟନ

Published By : Bijay Swain | May 9, 2025 12:29 AM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକୀୟ କାର୍ଡିନାଲ ରବର୍ଟ ଫ୍ରାନ୍ସିସ ପ୍ରେଭୋଷ୍ଟ କ୍ୟାଥୋଲିକ ଚର୍ଚ୍ଚର ୨୬୭ତମ ପୋପ୍‌ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପୋପ୍ ଲିଓ ଚତୁର୍ଦଶ ନାମ ଗ୍ରହଣ କରିଛନ୍ତି। ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆମେରିକୀୟ ପୋପ୍‌ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ପୋପ୍ ଫ୍ରାନ୍ସିସ୍‌ଙ୍କ ମୃତ୍ୟୁ ଏବଂ ତାଙ୍କ ନେତୃତ୍ୱ ବିନା ଚର୍ଚ୍ଚ ସାମ୍ନାକରୁଥିବା ଚ୍ୟାଲେଞ୍ଜଗୁଡ଼ିକ ମଧ୍ୟରେ କୁଆଲାମୁଦ୍ରିକ କନକ୍ଲେଭ୍‌ରେ ଅନୁଷ୍ଠିତ ହୋଇଛି।

ସୂଚନା ମୁତାବକ, ୬୪ ବର୍ଷୀୟ ପ୍ରେଭୋଷ୍ଟ ପୂର୍ବରୁ ଭାଟିକାନର ଡିକାଷ୍ଟେରୀ ଫର୍ ବିଶପ୍ସର ପ୍ରିଫେକ୍ଟ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ପ୍ରଶାସନିକ ଦକ୍ଷତା ଏବଂ ଲାଟିନ ଆମେରିକାରେ ମିଶନାରୀ କାର୍ଯ୍ୟ ପାଇଁ ସେ ବେଶ୍ ଜଣାଶୁଣା। ଚିକାଗୋରେ ଜନ୍ମଗ୍ରହଣ କରିଥିବା ପ୍ରେଭୋଷ୍ଟ ଅଗଷ୍ଟିନିଆନ ଅର୍ଡରର ଜଣେ ଫାଦର ଏବଂ ପେରୁରେ ବିଶପ ଭାବେ କାର୍ଯ୍ୟ କରିସାରିଛନ୍ତି। ସେ ଗତ ୨୦୨୩ ମସିହାରେ ହିଁ କାର୍ଡିନାଲ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ନିର୍ବାଚନକୁ ଚର୍ଚ୍ଚରେ ଆଧୁନିକୀକରଣ ଏବଂ ଅମେରିକୀୟ କ୍ୟାଥୋଲିକଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ଦେଖାଯାଉଛି।

ସିଷ୍ଟିନ୍ ଚାପେଲ ଉପରେ ଥିବା ଚିମିନିରୁ ଧଳା ଧୂଆଁ ବାହାରୁଥିବାର ପ୍ରାୟ ୭୦ ମିନିଟ୍ ପରେ ପୋପ୍ ଲିଓ ସେଣ୍ଟ ପିଟର୍ସ ବାସିଲିକାର କେନ୍ଦ୍ରୀୟ ବାଲକୋନିରେ ଉପସ୍ଥିତ ହୋଇଥିଲେ। ଯାହା ସୂଚାଇ ଦେଇଥିଲା ଯେ ୧୩୩ ଜଣ କାର୍ଡିନାଲ୍ ଇଲେକ୍ଟର ୧.୪ ବିଲିୟନ ସଦସ୍ୟ ବିଶିଷ୍ଟ କ୍ୟାଥୋଲିକ୍ ଚର୍ଚ୍ଚ ପାଇଁ ଜଣେ ନୂତନ ନେତାଙ୍କୁ ବାଛିଛନ୍ତି। ସେଣ୍ଟ ବାସିଲିକା ବାଲକୋନିରେ ପୋପ୍ ଲିଓ ଚତୁର୍ଦଶ ଆସି ଅନୁଗାମୀଙ୍କୁ ସମ୍ବୋଧନ କରିଛନ୍ତି। ସେ ତାଙ୍କ ପୂର୍ବଗାମୀ ପୋପ୍ ଫ୍ରାନ୍ସିସ୍‌ଙ୍କ ସମାଜିକ ନ୍ୟାୟ ଏବଂ ପରିବେଶବାଦ ଉପରେ ଦୃଷ୍ଟିକୁ ସେ ଆଗେଇ ନେବେ ବୋଲି ଆଲୋଚନା ହେଉଛି।

ନିର୍ବାଚନ ପରେ ପ୍ରେଭୋଷ୍ଟ ସେଣ୍ଟ ପିଟର୍ସ ବାସିଲିକାର ବାରାଣ୍ଡାରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରି ଶାନ୍ତି ଓ ଏକତାର ବାର୍ତ୍ତା ଦେଇଛନ୍ତି। ତାଙ୍କ ପଦଗ୍ରହଣ ଉତ୍ସବ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ। ଯେଉଁଥିରେ ବିଶ୍ୱବ୍ୟାପୀ ନେତା ଏବଂ ଧର୍ମୀୟ ପ୍ରତିନିଧିମାନେ ଉପସ୍ଥିତ ରହିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.