PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ମାଫିଆ ଅତିକ ଅହମ୍ମଦର ଓକିଲ ବିଜୟ ମିଶ୍ରାଙ୍କ ନାମରେ ମାମଲା ରୁଜୁ, ବ୍ୟବସାୟୀଙ୍କୁ ୩କୋଟି ଟଙ୍କା ମାଗିଥିବା ଅଭିଯୋଗ…

ନୂଆଦିଲ୍ଲୀ: ମାଫିଆ ଅତିକ୍ ଅହମ୍ମଦର ଓକିଲ ବିଜୟ ମିଶ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅତିକ୍‌ର ମୋକଦ୍ଧମାକୁ ଅଦାଲତରେ ଉପସ୍ଥାପନ କରୁଥିବା ବିଜୟ ମିଶ୍ରାଙ୍କ ବିରୋଧରେ ଅତରସୁଇଆ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । କୁହାଯାଉଛି କି, ମାଫିଆ ଅତିକ ଅହମ୍ମଦ ନାମରେ ତିନି କୋଟି ଟଙ୍କା ମାଗିବା ଦାବିରେ ଓକିଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି ।

ପ୍ଲାଇଉଡ ବ୍ୟବସାୟୀ ମହମ୍ମଦ ସୟିଦ ଏହି ମାମଲା ଦାୟର କରିଛନ୍ତି । ଏହି ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ, ଓକିଲ ମିଶ୍ରା ତାଙ୍କୁ ଡାକିଥିଲେ ଏବଂ ଅତିକ ଏବଂ ତାଙ୍କ ଗୁଣ୍ଡାଙ୍କ ନାମରେ ଟଙ୍କା ମାଗିଥିଲେ । ସୟିଦ ଅହମ୍ମଦ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୟ ମିଶ୍ରା ତାଙ୍କଠାରୁ ୧.୨୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ କିଣିଛନ୍ତି, କିନ୍ତୁ ଦେୟ ଦେଇନାହାଁନ୍ତି । ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ, ଟଙ୍କା ମାଗିବାରୁ ଏପ୍ରିଲ ୨୦ ରେ ମିଶ୍ରା ତାଙ୍କୁ ଫୋନ ଯୋଗେ ଡାକିଥିଲେ ଏବଂ ଅତିକ ଅହମ୍ମଦ ଏବଂ ତାଙ୍କ ଗୁଣ୍ଡା ନାମରେ ତିନି କୋଟି ଟଙ୍କା ମାଗିଥିଲେ ।

ଅନ୍ୟପକ୍ଷରେ ପୋଲିସ କହିଛି ଯେ ବିଜୟ ମିଶ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇପିସିର ଧାରା୩୮୬, ୫୦୪ ଏବଂ ୫୦୭ ଅନୁଯାୟୀ ଓକିଲ ବିଜୟ ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

,