ନୂଆଦିଲ୍ଲୀ: ଜନ ସୁରଜ ଦଳର ସଭାପତି ତଥା ରାଜନୀତିର ଚାଣକ୍ୟ କୁହାଉଥିବା ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ବିହାର ଜନସେବା ଆୟୋଗ(ବିପିଏସସି)ର ଆଶାୟୀ ମାନଙ୍କ ସହ ଧାରଣା ଦେବାରୁ ତାଙ୍କ ଉପରେ ଏହି ମାମଲା ରୁଜୁ କରାଯାଇଛି ବୋଲି ସୁଚନା ମିଳିଛି। କିଶୋର ଓ ତାଙ୍କ ସହଯୋଗିମାନେ ଆଶାୟୀ ମାନଙ୍କୁ ଧାରଣା ଦେବା ସହ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ଉସୁକାଇଥିବାରୁ ତାଙ୍କ ଉପରେ ମାମଲା ରୁଜୁ ହୋଇଛି ବୋଲି ଆଧିକାରିକ ସ୍ତରରୁ ସୂଚନା ମିଳିଛି।
ବିପିଏସସିର ୭୦ ତମ ପ୍ରରମ୍ଭିକ ପରିକ୍ଷାକୁ ଆଉଥରେ କରିବା ପାଇଁ ଦାବି କରି ହଜାରହଜାର ଆଶାୟୀ ରବିବାର ପଟନାର ଗାନ୍ଧୀ ମଇଦାନରେ ଧାରଣା ଦେଇଥିଲେ। ଏହି ଧାରଣାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପାଇଁ ସମସ୍ତେ ଦାବି କରିଥିଲେ। ଗତ ଡିସେମ୍ବର ୧୩ ତାରିଖରୁ ଏହି ଧାରଣା ଚାଲୁ ରହିଛି। ବିହାରର ଅନେକ ରାଜନୈତିକ ଦଳର ନେତା, ଶିକ୍ଷାବିତ୍ ଓ ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଏହି ଧାରଣାରେ ଆଶାୟୀ ମାନଙ୍କ ସହ ଯୋଗ ଦେଇଥିଲେ।
ଏହି ମାମଲାରେ କିଶୋରଙ୍କ ସହ ୧୯ ଜଣଙ୍କଠୁ ଅଧିକଙ୍କ ନାମ ରହିଛି। ଏଥିସହ ୬୦୦ରୁ ଅଧିକ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଏହି ମାମଲା ରୁଜୁ କରାଯାଇଛି। ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉଛି ବୋଲି ପଟନାର ଜିଲ୍ଲା ମାଜିଷ୍ଟେଟ ଘୋଷଣା କରିଛନ୍ତି।
ରବିବାର କିଶୋର ଧାରଣା ଦେଉଥିବା ଆଶାୟୀ ମାନଙ୍କୁ ସମର୍ଥନ କରିବା ପାଇଁ ପଟନାର ଗାନ୍ଧୀ ମଇଦାନରେ ପହଞ୍ଚିଥିଲେ। ଏହି ଧାରଣାରେ ଯୋଗଦେଇ ପ୍ରଶାନ୍ତ ବିହାରରେ ହେଉଥିବା ପରିକ୍ଷାରେ ଦୁର୍ନିତି ଉପରେ ନିଜ ବକ୍ତବ୍ୟ ରଖିଥିଲେ। ନୀତିଶ କୁମାରଙ୍କୁ ବ୍ୟକ୍ତିଗତ ଭାବେ ଦିଲ୍ଲୀ ଯିବାକୁ ସମୟ ଅଛି କିନ୍ତୁ ବିହାରର ଯୁବକ ମାନଙ୍କ ସହ ଆଲୋଚନା କରିବା ପାଇଁ ସମୟ ନାହିଁ। କିନ୍ତୁ ମୁଁ ଆଶାୟୀ ମାନଙ୍କ ସହ ଅଛି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ।
ବିରୋଧ ପ୍ରଦର୍ଶନରେ ଯୋଗ ଦେବା ପୂର୍ବରୁ କିଶୋର ଏକ ବିସ୍ପୋରକ ବୟାନ ଦେଇଥିଲେ। ମୁଁ ଶିକ୍ଷା ବିଭାଗର ଅନେକ ଅଧିକାରିଙ୍କ ସହ କଥା ହୋଇଛି। କିନ୍ତୁ ବିନା ପ୍ପର ଲିକ ଓ ଦୁର୍ନିତୀରେ ବିହାରରେ ପରିକ୍ଷା ହୋଇପାରିବ ନାହିଁ ବୋଲି ସେମାନେ କହିଥିଲେ। ଆମ ସମସ୍ତଙ୍କୁ ଏହି ଧାରାକୁ ଶେଷ କରିବାକୁ ପଡିବ ବୋଲି ସେ କହିଥିଲେ।
ଦୀର୍ଘଦିନରେ ବ୍ୟବଧାନ ପରେ ବିପିଏସସି ଏହି ପରିକ୍ଷା କରାଉଥିଲା। ତେବେ ଏହି ପରିକ୍ଷାରେ ପେପର ଲିକ ହୋଇଛି ବୋଲି କଥା ଉଠିବା ସହ ଅନେକ ପରିକ୍ଷାର୍ଥୀଙ୍କୁ ବିଳମ୍ବରେ ପ୍ରଶ୍ନପତ୍ର ମିଳିଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାସହ ଅନେକ ପରିକ୍ଷାର୍ଥୀ ନିଜର ଉତ୍ତରଖାତା ଗାଏବ ଥିଲା ବୋଲି ମଧ୍ୟ ଅଭିଯୋଗ କରିଥିଲେ। ଏଣୁ ପରିକ୍ଷାର୍ଥୀମାନେ ଏହାର ବିରୋଧକରି ପଟନାର ଗାନ୍ଧୀ ମୈଦାନରେ ବରୋଧ ପ୍ରଦର୍ଶନ ଜାରି ରଖିଥିଲେ।
ଏହି ମାମଲା ରୁଜୁ ହବା ପରେ ଆକ୍ସନ ମୋଡ଼ରେ ବିହାର ପୋଲିସ। ଆଶାୟୀମାନେ ଧାରଣା ଦେଉଥିବା ଗାନ୍ଧୀ ମୈଦାନକୁ ପୋଲିସ ମାନେ ଧସେଇ ପଶିବା ସହ ଧାରଣାରତ ଛାତ୍ର ମାନଙ୍କ ଉପରେ ଲାଠିଚାର୍ଜ ଆରମ୍ଭ କରିଦେଇଥିଲେ। ଏହି ଘଟଣାକୁ ନେଇ ବିହାରରେ ବର୍ତ୍ତମାନ ରାଜନୀତି ସରଗରମ ରହିଛି।