ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍

Published By : Rasmita Pradhan | February 25, 2025 8:24 AM

ଖନ୍ତାପଡ଼ା, ୨୫/୦୨ : ଖନ୍ତାପଡ଼ା ଥାନା ବାହାନଗା ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦରଡ଼ିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା। ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଭାରସାମ୍ୟ ହରାଇ ଦୋକାନରେ ଧକ୍କା ହେଲା ଗୋରୁ ବୋଝେଇ ଟ୍ରକ୍। ସୋମବାର ବିଳମ୍ଵିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇଯାଇଛି।

ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍ ଭଦ୍ରକ ଆଡୁ ବାଲେଶ୍ଵର ଅଭିମୁଖେ ଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ ପୋଲିସ ଗୋରୁ ବୋଝେଇ ଗାଡିକୁ ପିଛା କରିଥିଲା। ପୋଲିସ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଟ୍ରକ୍‌ଟି ଖସିଯିବାକୁ ଉଦ୍ୟମ କରି ଦ୍ରୁତ ଗତିରେ ଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କଡରେ ଥିବା ଏକ ଦୋକାନରେ ଧକ୍କା ହୋଇଥିଲା। ତେବେ ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଏପଟେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। 

ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ପୋଲିସ ଏବଂ ନୂତନ ଭାବେ ଟ୍ରେନିଂରେ ଆସିଥିବା ଆଇପିଏସ ଅଧିକାରିଣୀ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ ଗୋରୁ ବୋଝେଇ ଗାଡିକୁ ଦୁଇଟି କ୍ରେନ୍ ଯୋଗେ ଉଦ୍ଧାର କରି ଥାନାକୁ ଆଣାଯାଇଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ଭୂମିକମ୍ପ ଝଟକା; ଥରିଲା ରାଜଧାନୀ, ତୀବ୍ରତା ୫.୧ ରେକର୍ଡ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.