PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଜାଲିଆତି: ୩୪,୬୧୫ କୋଟିର ବ୍ୟାଙ୍କ ଠକେଇ, ୱଧୱନ୍‌ ବ୍ରଦର୍ସଙ୍କ ନାମରେ ସିବିଆଇ ମାମଲା

ନୂଆଦିଲ୍ଲୀ,୨୩/୦୬: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ୍‌(ଡିଏଚ୍‌ଏଫ୍‌ଏଲ୍‌)ର ପୂର୍ବତନ ସ୍ୱତ୍ୱାଧିକାରୀ କପିଲ ୱଧୱନ୍‌ ଏବଂ ଧୀରଜ ୱଧୱନଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ୩୪,୬୧୫ କୋଟି ଟଙ୍କାର ଠକେଇ ମାମଲା ଦାଏର୍‌ କରିଛି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଏହା ଏଯାବତ୍‌ ସବୁଠାରୁ ବଡ଼ ବ୍ୟାଙ୍କ ଠକେଇ । କପିଲ ଏବଂ ଧୀରଜ ୱଧୱନ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନେତୃତ୍ୱାଧୀନ ଏକ ବ୍ୟାଙ୍କ କନ୍‌ସୋର୍ଟିୟମ୍‌ ସହ ଏହି ଜାଲିଆତି କରିଛନ୍ତି ।

ସିବିଆଇ ଏହି ମାମଲାରେ ମୁମ୍ବାଇରେ ୧୨ଟି ସ୍ଥାନରେ ଚଢ଼ଉ କରିଛି । ଏହି ମାମଲାରେ ସିବିଆଇ ଡିଏଚ୍‌ଏଫ୍‌ଏଲ୍‌, କପିଲ ୱଧୱନ, ଧୀରଜ ୱଧୱନ, ସ୍କାଏଲାର୍କ ବିଲ୍‌ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଦର୍ଶନ ଡେଭେଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ସିଗ୍‌ଟିଆ କନ୍‌ଷ୍ଟ୍ରକ୍‌ସନ ବିଲ୍‌ଡର୍ସ ପ୍ରାଇଭେଟ୍‌ ଲିମିଟେଡ, ଟାଉନ୍‌ସିପ୍‌ ଡେଭେଲପର୍ସ ଲିମିଟେଡ୍‌, ଶିଶିର ରିୟଲିଟି ପ୍ରାଇଭେଟ୍‌ ଲିମିଟେଡ, ସନ୍‌ବ୍ଲିଙ୍କ୍‌ ରିୟଲ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସାହାନା ଗ୍ରୁପ୍‌ର ସୁଧାକର ସେଟ୍ଟି ଏବଂ ଅନ୍ୟମାନଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇଛି ।

ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନେତୃତ୍ୱରେ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନ୍‌ସୋର୍ଟିୟମ୍‌ରୁ ଅଭିଯୁକ୍ତ ସଂସ୍ଥାଗୁଡ଼ିକ ୨୦୧୦ରୁ ଋଣ ନେବା ଆରମ୍ଭ କରିଥିଲେ । ଭିନ୍ନ ଭିନ୍ନ ସମୟରେ ଏହି ଋଣକୁ ଏନ୍‌ପିଏ ଘୋଷିତ କରାଯାଇଥିଲା । ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତର, ରାଉଣ୍ଡ୍‌ ଟ୍ରିପିଂ ଏବଂ ପାଣ୍ଠି ହେରଫେର ନେଇ ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ଆରମ୍ଭ କରାଯାଇଥିଲା । ଏହା ପରେ ୨୦୧୯ ଫେବ୍ରୁଆରୀ ୧ରେ ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ବୈଠକ ଡ଼କାଇଥିଲେ ।

ବ୍ୟାଙ୍କଗୁଡ଼ିକ ୨୦୧୫ ଏପ୍ରିଲ ୧ରୁ ୨୦୧୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଡିଏଚ୍‌ଏଫ୍‌ଏଲ୍‌ର ସ୍ୱତନ୍ତ୍ର ରିଭ୍ୟୁ ଅଡ଼ିଟ୍‌ କରିବା ପାଇଁ କେପିଏମ୍‌ଜିକୁ ନିଯୁକ୍ତ କରିଥିଲେ । ଏହା ପରେ ବ୍ୟାଙ୍କଗୁଡ଼ିକ ୨୦୧୯ ଅକ୍ଟୋବର ୧୮ରେ କପିଲ ଏବଂ ଧୀରଜ ୱଧୱନଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ବା ନଜରବନ୍ଦୀ ସର୍କୁଲାର ଜାରି କରିବା ପାଇଁ ଦାବି କରିଥିଲେ । ଦେଶରୁ ଏମାନେ କାଳେ ଫେରାର ହୋଇଯିବେ ତାହା ଉପରେ ନଜର ରଖାଯାଇଥିଲା । ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଥିଲା ଯେ, କପିଲ ଏବଂ ଧୀରଜ ୱଧୱନଙ୍କ ଦ୍ୱାରା ଋଣ ରାଶି ଅନ୍ୟତ୍ର ସ୍ଥାନାନ୍ତର, ଫଣ୍ଡ୍‌ର ରାଉଣ୍ଡ୍‌ ଟ୍ରିପିଂ କରାଯାଇଥିଲା । ଅନ୍ୟାନ୍ୟ ବିତ୍ତୀୟ ଅନିୟମିତତା ବି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର