PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ନୋଟିସ ଜବାବରେ ନୋଟିସ, ୨ ବିଜେଡି ବିଧାୟକଙ୍କୁ ସିବିଆଇ ସମନ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ନିର୍ବାଚନ ପାଖେଇ ଆସିଲା । ସିବିଆଇ ହଠାତ୍‌ ସକ୍ରିୟ ହୋଇ ଯାଇଛି । ପେଡ଼ି ପୁଟୁଳିରେ ବନ୍ଧା ହୋଇ ରହିଥିବା ଚିଟ୍‌ଫଣ୍ଡ ଦୁର୍ନୀତି ତଦନ୍ତ ଖଣ୍ଡାକୁ ବାହାର କରି ପୁଣି ବୁଲାଇବା ଆରମ୍ଭ କରିଛି । ଶାସକ ବିଜୁ ଜନତା ଦଳରେ ଦୁଇ ଜଣ ଟାଣୁଆ ଯୁବ ନେତାଙ୍କୁ ଗୋଡ଼ାଇଲାଣି ।
ଏ ଦୁଇ ନେତା ହେଲେ ପୂର୍ବତନ ମନ୍ତ୍ରୀ ବିଧାୟକ ଅରୁଣ କୁମାର ସାହୁ ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ । ସି-ସୋର୍‌ ଚିଟ୍‌ଫଣ୍ଡ ମହାଠକେଇ ମାମଲାରେ ସଂପୃକ୍ତି ନେଇ ଉଭୟ ନେତାଙ୍କୁ ଜେରା କରିବାକୁ ସିବିଆଇ ସମନ୍‌ ଜାରି କରିଛି । ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୫ ତାରିଖ ଦିନ ସମନ୍‌ ପଠାଯାଇଛି । ଅରୁଣଙ୍କୁ ଜାନୁଆରୀ ୨୮ ତାରିଖ ଏବଂ ଅତନୁଙ୍କୁ ୩୦ ତାରିଖରେ ହାଜର ହେବାକୁ କୁହାଯାଇଥିଲା । ଅରୁଣ ସିବିଆଇ କାର୍ଯ୍ୟାଳୟକୁ ଯାଇ ନ ଥିଲେ । ବଦଳରେ ସମୟ ମାଗିଥିଲେ । ଆସନ୍ତା କାଲି (ବୁଧବାର) ଅତନୁଙ୍କ ପାଳି । ସିବିଆଇର ଏହି ଅତର୍କିତ ପଦକ୍ଷେପରେ ଉଭୟ ଯୁବ ନେତା ଯେତିକି ଅପ୍ରସ୍ତୁତ ହୋଇ ପଡ଼ିଛନ୍ତି, ସେତିକି ଘାବରାଇ ଯାଇଛନ୍ତି । କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଜେରା କରାଯିବ ସେ ନେଇ ସମନ୍‌ରେ କୌଣସି ସୂଚନା ନାହିଁ । ଏଣୁ କିଭଳି ଜବାବ୍‌ ପାଇଁ ପ୍ରସ୍ତୁତ ହେବେ ସେକଥା ଠଉରାଇ ପାରୁ ନାହାନ୍ତି ।
ବିଡେଡିର ଅନ୍ୟ ନେତାମାନେ ବି ଛାନିଆ ହୋଇ ଯାଇଛନ୍ତି । ଫେବ୍ରୁଆରୀ ୧୨ ତାରିଖ ପୂର୍ବରୁ ଆଉ କେତେଜଣ ପ୍ରଭାବଶାଳୀ ନେତାଙ୍କୁ ସମନ୍‌ ପଠାଇବାକୁ ସିବିଆଇ ଯୋଜନା କରିଛି ବୋଲି ସୂଚନା ମିଳୁଛି । ନିର୍ବାଚନ ବେଳେ ସିବିଆଇ କଳାଦାଗକୁ କେମିତି ପୋଛି ସଫା କରିବେ ସେ ଦୁଶ୍ଚିନ୍ତା ମାଡ଼ି ବସିଲାଣି ।
ସିବିଆଇ ମୁଖ୍ୟାଳୟରୁ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଦୁଇ ତୁଙ୍ଗନେତାଙ୍କ ସି-ସୋର ସଂସ୍ଥା ସହ ଅର୍ଥନୈତିକ କାରବାର ଥିବା ନେଇ ସମ୍ପର୍କର ଖୋଳତାଡ କରାଯିବ । ସି-ସୋର ଚିଟ୍‌ଫଣ୍ଡର ମିଡିଲ୍‌ ମ୍ୟାନ ବୋଲାଉଥିବା ଶୁଭଙ୍କର ନାୟକଙ୍କୁ ସିବିଆଇ ୨୦୧୪ ମସିହା ନଭେମ୍ବର ୧୮ରେ ଗିରଫ କରିଥିଲା । ତାଙ୍କଠାରୁ ଜବତ ଡାଏରିରୁ ଅନେକ ରାଜନେତାଙ୍କ ସଂପୃକ୍ତିର ଗୁମର ପେଡି଼ ଖୋଲିଥିଲା । ଶାସକ ଦଳର କିଛି ଟାଣୁଆ ରାଜନେତା ଓ ଏକାଧିକ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ସମ୍ପୃକ୍ତି ବାବଦରେ ତଥ୍ୟ ଏହି ଡାଏରି ବଖାଣିଥିଲା । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସେମାନେ ସିବିଆଇ ଜେରାର ସାମ୍ନା କରିଥିଲେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଟ୍‌ଫଣ୍ଡ ତଦନ୍ତ ଦାୟିତ୍ୱ ସମ୍ଭାଳିବା ପରେ ସିବିଆଇ ଏକାଧିକ ବିଜେଡି ନେତାଙ୍କୁ ଜେରା ଏବଂ ସମନ୍‌ କରିଛି । ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ସୁବର୍ଣ ନାୟକ, ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ରଞ୍ଜନ ବିଶ୍ୱାଳ ଗିରଫ ହୋଇଥିଲେ । ବିଜେଡି ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ବି ସିବିଆଇ ତଦନ୍ତ ଜାଲରେ ଛନ୍ଦି ହୋଇଛନ୍ତି । ସି-ସୋର୍‌ ଦୁର୍ନୀତରେ ସଂପୃକ୍ତି ଅଭିଯୋଗରେ କିଛି ମାସ ପୂର୍ବରୁ ତାଙ୍କ ଘର ଏବଂ ଅଫିସରେ ସିବିଆଇ ଚଢ଼ଉ କରିଥିିଲା, ବାରମ୍ବାର ଜେରା କରିଥିଲା । ଆଜି ତାଙ୍କୁ ହାଇକୋର୍ଟ ଆଗୁଆ ଜାମିନ୍‌ ମଞ୍ଜୁର କରିଛନ୍ତି ।

ସମ୍ବନ୍ଧିତ ଖବର