PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଅବସରର ୪୦ ବର୍ଷ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୧ କୋଟି ଦାନ କଲେ ଯବାନ

ନୁଆଦିଲ୍ଲୀ ୧୬/୭: ବାୟୁସେନାରୁ ଅବସର ନେବାର ୪୦ ବର୍ଷ ପରେ ୭୪ ବର୍ଷୀୟ ସିବିଆର୍ ପ୍ରସାଦ ରକ୍ଷା ମନ୍ତ୍ରାଳୟକୁ ୧.୦୮ କୋଟି ଟଙ୍କା ଦାନ କରିଛନ୍ତି । ସେ ସୋମବାର ରକ୍ଷାମନ୍ତ୍ରୀ  ରାଜନାଥ ସିଂହଙ୍କୁ ଚେକ୍ ପ୍ରଦାନ କରିଛନ୍ତି । ପ୍ରସାଦ କହିଛନ୍ତି ଯେ ସେ ନିଜ ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ପାଳନ କରିଛନ୍ତି । ତାଙ୍କୁ ଲାଗୁଛି ଯେ ଦେଶ ପାଇଁ କିଛି କରିବା ଉଚିତ୍ ଏବଂ ସେ ତାହା କରିଛନ୍ତି । ଏଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ଜୀବନର ସମସ୍ତ ଅର୍ଜିତ ଧନରୁ ତାଙ୍କ କନ୍ଯା ପାଇଁ ୨ ପ୍ରତିଶତ ଏବଂ ପତ୍ନୀଙ୍କ ପାଇଁ ୧ ପ୍ରତିଶତ ରଖିଛନ୍ତି । ଏବଂ ୯୭ ପ୍ରତିଶତ ଦେଶ ଓ ସମାଜର କଲ୍ୟାଣ ପାଇଁ ଦାନ କରିଦେଇଛନ୍ତି ।

ପ୍ରସାଦ ୯ ବର୍ଷ ବାୟୁସେନାରେ ରହିବା ପରେ ଅବସର ନେଇଥିଲେ । ଏହା ପରେ ତାଙ୍କୁ  ରେଲୱେରେ ଚାକିରୀ ପାଇଁ ସୁଯୋଗ ମିଳିଥିଲା କିନ୍ତୁ ସେ ତାହା ପ୍ରତ୍ଯାଖାନ କରିଦେଲେ  । ପରେ ସେ ଏକ କୁକୁଡା ଫାର୍ମ ଖୋଲିଲେ । ଗତ ୩୦ ବର୍ଷ ହେବ ସେ ବ୍ୟବସାୟ କରିବା ସହିତ ସମାଜର ସେବା କରିଆସୁଛନ୍ତି । ସେ ଏକ ସ୍ପୋର୍ଟ୍ସ ୟୁନିଭର୍ସିଟି ମଧ୍ୟ ଖୋଲିଛନ୍ତି ।

ରାଜନାଥ ସିଂ ପ୍ରସାଦଙ୍କୁ ପଚାରିଲେ ଯେ ଦାନ କରିବା ପାଇଁ ନିଷ୍ପତ୍ତି ସେ କାହିଁକି ନେଲେ ?  ଏଥିରେ ପ୍ରସାଦ ଜବାବ ଦେଲେ ଯେ ସେ ଯେତେବେଳେ ବାୟୁସେନାରେ ଥିଲେ, ସେତେବେଳେ କୋୟମବତୁରର ମହାନ ଇଞ୍ଜିନିୟର ଜିଡି ନାଇଡୁ ମୁଖ୍ୟ ଅତିଥି ହୋଇ ଆସିଥିଲେ । ସେ କହିଥିଲେ ଯେ ଭାରତ ମହାନ୍ ଦେଶ । ଆମ ଚିନ୍ତାଧାରା ଓ ବିଚାର ଅନ୍ଯଦେଶ ତୁଳନାରେ ଭିନ୍ନ । ଆମେ ପାରିବାରିକ ଦାୟିତ୍ୱ ପାଳନ କରିବା ପରେ ସମାଜର ଉନ୍ନତି ପାଇଁ ଏବଂ ଦେଶର ସେବା କରିବା ଉଚିତ୍ । ମୁଁ ତାଙ୍କର ଏହି କଥାରେ ପ୍ରଭାବିତ ହୋଇଯାଇଥିଲି ଏବଂ ମୁଁ ଏହି ନିଷ୍ପତ୍ତି ନେଲି ବୋଲି ପ୍ରସାଦ କହିଛନ୍ତି ।  

ସମ୍ବନ୍ଧିତ ଖବର