PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପ୍ରମୁଖ ବିଷୟ ପରୀକ୍ଷା ଆଜିଠୁ, କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ କଡା ପଦକ୍ଷେପ

ଭୁବନେଶ୍ବର,୨।୩: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରମୁଖ ବିଷୟ ପରୀକ୍ଷା ଶନିବାରଠାରୁ ଆରମ୍ଭ ହେଉଛି। ଗତ ଫେବ୍ରୁଆରି ୧୫ରୁ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାରୁ ବିଶେଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉ ନଥିଲେ। ତେଣୁ ଓଡ଼ିଶା ତଥା ସିବିଏସ୍‌ଇ ଭୁବନେଶ୍ବର ଜୋନ୍‌ ପାଇଁ ମାର୍ଚ୍ଚ ୨ରୁ ପରୀକ୍ଷା ହେଉଛି। ପ୍ରଥମ ଦିନ ଇଂରାଜୀ ବିଷୟର ପରୀକ୍ଷା‌ ରହିଛି। ଏଥିରେ ଦେଶରୁ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ‌ବେଳେ ଓଡ଼ିଶାରୁ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଏପ୍ରିଲ ୪ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ସେହିପରି ଦଶମ ଶ୍ରେଣୀର ପ୍ରମୁଖ ବିଷୟ ପରୀକ୍ଷା ବି ଶନିବାରଠାରୁ ଆରମ୍ଭ ହେବ। ସାରା ଦେଶରେ ଫେବ୍ରୁଆରି ୨୧ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ଇଲେକ୍ଟିଭ୍‌ ବିଷୟଗୁଡ଼ିକର ପରୀକ୍ଷା ଚାଲିଥିବା ବେଳେ ଏଣିକି ଗୁରୁତ୍ବପୂର୍ଣ୍ଣ ବିଷୟର ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ଆଇଟି ବିଷୟର ପରୀକ୍ଷା ରହିଛି।

ପରୀକ୍ଷାକୁ ଯିବା ସମୟରେ ପରୀକ୍ଷାର୍ଥୀଙ୍କ ପାଇଁ କେତେକ କଟକଣା ଜାରି ହୋଇଛି। ପରୀକ୍ଷାର୍ଥୀମାନେ ହଲ୍‌କୁ ଯିବା ସମୟରେ ସାଙ୍ଗରେ କେବଳ କଲମ ଓ ଆବଶ୍ୟକୀୟ ‌ଷ୍ଟେସନାରି ସାମଗ୍ରୀ ନେଇପାରିବେ। ଡାଇବେଟିସ୍‌ ପରୀକ୍ଷାର୍ଥୀଙ୍କ ପାଇଁ ନିୟମରେ କୋହଳ କରାଯାଇଛି। ସେମାନେ ହଲ୍‌କୁ ଯିବା ବେଳେ ସାଙ୍ଗରେ ସ୍ନାକ୍ସ ନେଇପାରିବେ। ସିବିଏସ୍‌ଇ ଆଡମିଟ୍‌କାର୍ଡ ସମେତ ସ୍କୁଲ ପରିଚୟପତ୍ର ସାଙ୍ଗରେ ନେଇ ପରୀକ୍ଷାର୍ଥୀ ହଲ୍‌କୁ ଯି‌ବେ। ଏହି ଦୁଇ ପରିଚୟପତ୍ର ନଥିଲେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏଥର ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି। ଫୋନ୍‌, ସ୍ମାର୍ଟ ୱାଚ୍‌, ହେଲ୍‌ଥ ବ୍ୟାଣ୍ଡ, ବ୍ଲୁଟୁଥ୍‌, ହେଡ୍‌ ଫୋନ୍‌, କାଲକ୍ୟୁଲେଟର ପରି ସାମଗ୍ରୀ ଉପରେ କଟକଣା ଜାରି ହୋଇଛି। ଯଦି କୌଣସି ପରୀକ୍ଷାର୍ଥୀଙ୍କ ନିକଟରୁ କପି ଧରାପଡ଼ିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଚିପ୍ସ, ମୃଦୁପାନୀୟ, ବିସ୍କୁଟ୍‌ ପରି ସାମଗ୍ରୀ ନେବାକୁ ଅନୁମତି ଦିଆଯିବ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।