ନୂଆଦିଲ୍ଲୀ ୦୨/୦୬: ଏସୀୟ ସିଂହ ଲାଗି ପ୍ରସିଦ୍ଧ ଗୁଜରାଟର ପୂର୍ବ ଏବଂ ପଶ୍ଚିମ ଗୀର ଜଙ୍ଗଲରେ ବିଗତ ୧୫ ଦିନ ମଧ୍ୟରେ ୧୨ ସିଂହଙ୍କ ମୃତ୍ୟୁ ଘଟିଛି। କାନାଇନ୍ ଡିଜାଷ୍ଟର ଭାଇରସ୍(ସିଡିଭି)ରେ ଏହି ସିଂହଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ଆଦ୍ୟବଧି ସିଂହଙ୍କ ମୃତ୍ୟୁ ନେଇ ରିପୋର୍ଟ ଜାରି ହୋଇନାହିଁ। ଇତିମଧ୍ୟରେ ବନ ବିଭାଗ ଆଲର୍ଟ ମୋଡ଼ରେ ୩୦ରୁ ଅଧିକ ସିଂହଙ୍କୁ ପଶୁ ଯତ୍ନ କେନ୍ଦ୍ରରେ ଆଇସୋଲେସନ୍ରେ ରଖିଛନ୍ତି।
ରାଜ୍ୟର ବନ ମନ୍ତ୍ରୀ ଅର୍ଜୁନ୍ ମୋଢ଼ଓ୍ବାଡ଼ିଆ ରବିବାର ସ୍ଥିତି ଅନୁଧ୍ୟାନ ଲାଗି ସେହି ପଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ। ବନ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିବା ପରେ ସେ ସ୍ଥିତି ନିୟନ୍ତ୍ରଣରେ ଥିବା ଦର୍ଶାଇଛନ୍ତି । ଅନ୍ୟପଟେ ମଧ୍ୟପ୍ରଦେଶରେ କାହ୍ନା ଜାତୀୟ ଅଭୟାରଣ୍ୟରେ ୨ ଏପ୍ରିଲରୁ ଆଦ୍ୟବଧି ୧୦ ବାଘଙ୍କ ମୃତ୍ୟୁ ଘଟିଛି।
ଅଧିକ ପଢ଼ନ୍ତୁ :- India France Rafale Deal: ଚୀନ୍-ପାକିସ୍ତାନର ଉଡ଼ିବ ନିଦ ! ଭାରତର ମେଗା ପ୍ଲାନ୍, ଆସୁଛି ଆଉ ୧୧୪ ରାଫେଲ୍ ଜେଟ୍