ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସିଜ୍‌ଫାୟାରକୁ ନେଇ ଜୟଶଙ୍କରଙ୍କ ବୟାନ; କହିଲେ ଏହି ମୁଦ୍ଦାକୁ ଏଇଠି ଛାଡୁଛି, ଅସ୍ତ୍ରବିରତି ଭାରତ-ପାକ୍ DGMO ମଧ୍ୟରେ ହୋଇଛି

Published By : Ankita S | July 3, 2025 2:20 PM

ନୂଆଦିଲ୍ଲୀ,୦୩/୦୭: ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ସିଜ୍‌ଫାୟାର ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ଆମେରିକାର ରାଜଧାନୀ ୱାଶିଂଟନରେ କ୍ୱାର୍ଡ ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀରେ ପତ୍ରକାରଙ୍କ ସହିତ କଥା ହୋଇଥିଲେ ଏସ୍‌ ଜୟଶଙ୍କର । ଭାରତ-ପାକିସ୍ତାନ ଯୁଦ୍ଧବିରତି ସସ୍‌ପେନ୍ସରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କହିଛନ୍ତି ଅସ୍ତ୍ରବିରତି ଭାରତ-ପାକ୍‌ ଡିଜିଏମ୍ଓ ମଧ୍ୟରେ ହୋଇଛି । ଏହା ସହି ଯୁଦ୍ଧବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଉଥିବା କ୍ରେଡିଟ୍‌କୁ ଖଣ୍ଡନ କରିଛନ୍ତି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ 'ଅପରେସନ୍ ସିନ୍ଦୂର' ଲଞ୍ଚ କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା । ୪ ଦିନ ଘମାଘୋଟ ଲଢେଇ ପରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ଆମେରିକା ଟ୍ରେଡକୁ ମୁଦ୍ଦା କରି ଦୁଇଦେଶ ମଧ୍ୟରେ ଯୁଦ୍ଧବିରତି କରିଥିବା ଦାବି କରିଥିଲା । ଭାରତ-ପାକିସ୍ତାନ ସିଜଫାୟାରର କ୍ରେଡିଟ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଇଥିଲେ । ଏହାକୁ ଖଣ୍ଡନ କରି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ସେହି ସମୟରେ କ'ଣ ଘଟିଥିଲା ତାହା ସ୍ପଷ୍ଟ । ଏହି ଯୁଦ୍ଧବିରତି ଭାରତ-ପାକିସ୍ତାନ ଡିଜିଏମ୍‌ଓଙ୍କ ମଧ୍ୟରେ ହୋଇଛି । ଭାରତ ବାରମ୍ବାର କହିବା ପରେ ବି ଟ୍ରମ୍ପ ଯୁଦ୍ଧବିରତି କ୍ରେଡିଟ ନେବାର ମୋହ ଛାଡି ନଥିଲେ । ତାଙ୍କୁ ଯେଉଁଠି ମଉକା ମିଳୁଥିଲା ସେ ଏହି କଥା ନିଶ୍ଚିନ୍ତ କହୁଥିଲେ ।''

ଯେବେ ଟ୍ରମ୍ପ ଭାରତ-ପାକିସ୍ତାନ ସିଜ୍‌ଫାୟାର ନେଇ ଘୋଷଣା ପରେ ତୁମର ପ୍ରତିକ୍ରିୟା କଣ ଥିଲା, ପିଏମ୍ଓରେ କଣ ଚାଲିଥିଲା ପ୍ରଶ୍ନରେ ଏସ୍ ଜୟଶଙ୍କର କହିଛନ୍ତି, ''ଆଜି ଭାରତ-ଆମେରିକା ସମ୍ପର୍କରେ ଭାରତ-ଆମେରିକା ହିଁ ସେଣ୍ଟ୍ରାଲ ଫ୍ୟାକ୍ଟର । ଆମେ ଗୋଟିଏ ବଡ଼ ଦେଶ, ଆମେ ଦୁନିଆର ୫ ବଡ଼ ଅର୍ଥନୈତିକ ବ୍ୟବସ୍ଥା । ଆମ ଜନସଂଖ୍ୟା ସବୁଠୁ ଅଧିକ । ଆମର ପ୍ରଭାବ ବଢୁଛି । ଆମ ଭିତରେ ଆତ୍ମ ବିଶ୍ୱାସ ରହିବା ଦରକାର । ସିଜ୍‌ଫାୟାର ଦୁଇ ଦେଶର ଡିଜିଏମ୍‌ଓ ଦ୍ୱାରା ସ୍ଥିର କରାଯାଇଥିଲା । ତେଣୁ ମୁଁ ଏହି ମୁଦ୍ଦାକୁ ଏହିଠାରେ ଛାଡୁଛି ।''



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.