ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦୀର୍ଘ ୪ ବର୍ଷ ପରେ ୨୦୨୫ରେ ହେବ ଜନଗଣନା ! ଜନଗଣନା ପରେ ଲୋକସଭା ସିଟ୍ ପାଇଁ ସୀମା ନିର୍ଦ୍ଧାରଣ ହେବ

Published By : Swapna Ray | October 28, 2024 5:22 PM

ନୂଆଦିଲ୍ଲୀ, ୨୮।୧୦: ୨୦୨୫ରେ ହେବ ଜନଗଣନା । ଜନଗଣନା ଶେଷ ହେବା ପରେ ଆରମ୍ଭ ହେବ ଲୋକସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ । ୨୦୨୮ ସୁଦ୍ଧା ସମାପ୍ତ ହେବ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା । ସାର୍ବଜନୀନ ହୋଇନି ଜନଗଣନା ପ୍ରକ୍ରିୟାର ବିବରଣୀ । ୨୦୨୬ ପର୍ଯ୍ୟନ୍ତ ଚାଲିବ ଏହି ଜନଗଣନା । 

ଦୀର୍ଘ ୪ ବର୍ଷ ପରେ ଦେଶରେ ୨୦୨୫ରୁ ଆରମ୍ଭ ହୋଇପାରେ  ଜନଗଣନା ସର୍ଭେ । ଭାରତର ଜନଗଣନାକୁ ନେଇ ଆସିଛି ଏକ ବଡ଼ ଖବର । ରିପୋର୍ଟ ଅନୁସାରେ, ଜନଗଣନା ସର୍ଭେ ୨୦୨୫ ମସିହାରେ ଆରମ୍ଭ ହୋଇ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ତେବେ ଏନେଇ ଜନଗଣନା ପ୍ରକ୍ରିୟାର ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ । ତେବେ ୨୦୨୧ ମସିହାରେ ଜନଗଣନା ଆରମ୍ଭ ହେବାର ଥିଲା । କିନ୍ତୁ, କରୋନା ମହାମାରୀ ବାଧକ ସାଜିଥିଲା । ତେଣୁ ୨୦୨୧ ମସିହାରେ ଭାରତ ଜନଗଣନା ସର୍ଭେ କରି ନଥିଲା । 

ଜନଗଣନା ପରେ ଲୋକସଭା ସିଟ୍ ପାଇଁ ସୀମା ନିର୍ଦ୍ଧାରଣ କରାଯିବ । ଏହି ପ୍ରକ୍ରିୟା ୨୦୨୮ ପର୍ଯ୍ୟନ୍ତ ଜାରି ରହିପାରେ । ଜନଗଣନା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ସୂଚନା । ଏବେ ୨୦୨୫ରେ ଜନଗଣନା ହେଲେ ପରବର୍ତ୍ତୀ ଜନଗଣନା ପ୍ରତି ୧୦ ବର୍ଷରେ ଅର୍ଥାତ୍ ୨୦୩୫, ୨୦୪୫ ଓ ୨୦୫୫- ଏହି କ୍ରମରେ ହେବ । ଜନଗଣନାରେ ସାଧାରଣତଃ ଧର୍ମ ଏବଂ ଶ୍ରେଣୀ ପଚରାଯାଏ । ସାଧାରଣ, ଅନୁସୂଚିତ ଜାତି ଏବଂ ଜନଜାତି ଗଣନା କରାଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.