PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାକୁ ’ମଲଟି-ଡିସିପ୍ଳିନେରି ଟେରର୍ ମନିଟରିଙ୍ଗ୍ ଗ୍ରୁପ୍’ ଗଠନ କଲା କେନ୍ଦ୍ର

Lଶ୍ରୀନଗର ୩୦।୩ : ଜମ୍ମୁ ଓ କଶ୍ମୀରରେ ଆତଙ୍କ ପାଣ୍ଠି ଏବଂ ଆତଙ୍କ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟକଳାପ ବିପକ୍ଷରେ ଏକାଧିକ ଏଜେଣ୍ଟ୍‌ମାନଙ୍କ କାର୍ଯ୍ୟରେ ସମନ୍ଵୟ ରକ୍ଷା ଏବଂ ମିଳିତ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ‘ମଲ୍‌ଟି-ଡିସିପ୍ଲିନେରି ଟେରର୍‌ ମନିଟରିଙ୍ଗ୍‌ ଗ୍ରୁପ୍‌’ (ଟିଏମ୍‌ଜି) ଗଠନ କରିଛି।

ଏହି ‘ଟିଏମ୍‌ଜି’ର ନେତୃତ୍ୱ ନେବେ ଜମ୍ମୁ ଓ କଶ୍ମୀର ସିଆଇଡିର ଅତିରିକ୍ତ ଡିଜିପି। ଏଥିରେ ଜମ୍ମୁ ଓ କଶ୍ମୀର ପୁଲିସର ଆଇଜିପି, ଆଡିସ୍‌ନାଲ୍‌ ଡାଇରେକ୍ଟର୍‌ ଆଇବି, ସିବିଆଇ, ଏନ୍‌ଆଇଏ, ସିବିଡିଟି, ସିବିଆଇଟି ଏବଂ ଅଧ୍ୟକ୍ଷଙ୍କ ସହ ଅନ୍ୟ ସଦସ୍ୟମାନେ ମନୋନୀତ କରିଥିବା ଅନ୍ୟ ସଦସ୍ୟ ଅନ୍ତର୍ଭୁକ୍ତ ହେବେ।

ଆଦେଶ ଅନୁସାରେ, ଆତଙ୍କବାଦକୁ କୌଣସି ପ୍ରକାର ସମର୍ଥନ କରିବାରେ ସମ୍ପୃକ୍ତ ଥିବା ମୁଖ୍ୟ ବ୍ୟକ୍ତି ବା ସଂସ୍ଥାର ମୁଖ୍ୟଙ୍କ ବିଷୟରେ ‘ଟିଏମ୍‌ଜି’ ତଦନ୍ତ କରିବା ସହ ମିଳିତ କାର୍ଯ୍ୟାନୁଷ୍ଠାନ ବଳରେ ଆତଙ୍କବାଦକୁ ଯୋଗାଇ ଦିଆଯାଉଥିବା ଅର୍ଥର ଉତ୍ସ ବନ୍ଦ କରିବ।

ଏଭଳି କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଟିଏମ୍‌ଜି ଗ୍ରୁପ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପ୍ରତି ସପ୍ତାହରେ ବୈଠକ ବସାଇ ଏହି ଗ୍ରୁପ୍‌ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବ।