କେନ୍ଦ୍ର ସରକାର ନୂଆ ସଂସଦ ଭବନର ଉଦଘାଟନ ଅବସରରେ ୭୫ଟଙ୍କିଆ ମୁଦ୍ରା ଜାରି କରିବେ

ନୂଆଦିଲ୍ଲୀ, ୨୬/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ମେ’ରେ ନୂଆ ସଂସଦ ଭବନର ଉଦଘାଟନ କରିବେ । ଏହି ସମୟରେ ୭୫ଟଙ୍କିଆ ମୁଦ୍ରା ଲଞ୍ଚ କରିବାର ଯୋଜନା ରଖାଯାଇଛି । ଅର୍ଥ ମନ୍ତ୍ରଣାଳୟ ଗୁରୁବାର କହିଛି କି ନୂଆ ସଂସଦ ଭବନ ଉଦଘାଟନ ଉପଲକ୍ଷେ ୭୫ଟଙ୍କିଆର ଏକ ବିଶେଷ ମୁଦ୍ରା ଲଞ୍ଚ କରାଯିବ । ମୁଦ୍ରାର ଗୋଟିଏ ପଟେ ଅଶୋକ ସ୍ତମ୍ଭର ସିଂହ ଶୀର୍ଷ ହେବ, ଯେଉଁଥିରେ ତଳେ ସତ୍ୟମେବ ଜୟତେ ଲେଖା ହେବ । ବାଇ ଏବଂ ଦେବନାଗରୀ ଲିପିରେ ‘ଭାରତ’ ଏବଂ ଦାଇ ଏବଂ ଇରାଜୀରେ ‘ଇଣ୍ଡିଆ’ ଶଦ୍ଦ ଲେଖା ହେବ ।
ଉକ୍ତ ମୁଦ୍ରାରେ ରୂପିଆର ଚିହ୍ନ ହେବ ଏବଂ ଲାୟନ କ୍ୟାପିଟାଲ ତଳେ ଅନ୍ତରାଷ୍ଟ୍ରୀୟ ସଂଖ୍ୟାରେ ୭୫ର ମୂଲ୍ୟ ଲେଖା ହେବ । ମୁଦ୍ରାର ଅନ୍ୟ ପାର୍ଶ୍ବରେ ସଂସଦ ପରିସରର ଫଟୋ ଦେଖାଯିବ । ଉପର ପରିଧି ଉପରେ ଦେବନାଗରୀ ଲିପିରେ ‘ସଂସଦ ସଂକୁଳ’ ଏବଂ ତଳ ପରିଧିରେ ଇଂରାଜୀରେ ‘ପାର୍ଲ୍ୟାମେଣ୍ଟ କମ୍ପେ୍ଲକ୍ସ’ ଶଦ୍ଦ ଲେଖା ଯିବ ।
ସୂଚନା ଅନୁଯାୟୀ, ଏହି ମୁଦ୍ରାର ଓଜନ ୩୫ଗ୍ରାମ ଏବଂ ଏଥିରେ ୫୦ପ୍ରତିଶତ ଚାନ୍ଦି, ୪୦ପ୍ରତିଶତ କପର, ଏବଂ ୫-୫ପ୍ରତିଶତ ନିକଲ ଏବଂ ଜିଙ୍କ ଧାତୁର ମିଶ୍ରଣ ହେବ । ଖାଲି ଏତିକି ନୁହେଁ ସଂସଦର ଫଟୋର ଠିକ ତଳେ ବର୍ଷ ୨୦୨୩ବି ଲେଖା ହେବ । ଏହି ମୁଦ୍ରା ଭାରତ ସରକାରଙ୍କ କୋଲକାତା ଟକସାଳ ଦ୍ବାରା ନିର୍ମାଣ କରାଯାଇଛି ଏବଂ ଏହାକୁ ପିଏମ୍ ନରେନ୍ଦ୍ର ମୋଦିଙ୍କ ଦ୍ବରା ନୂଆ ସଂସଦ ଭବନର ଉଦଘାଟନ ସମାରୋହ ସମୟରେ ଲଞ୍ଚ କରାଯିବ ।