ଭୋଟ୍ ଗଣତି ନେଇ ସିଇଓଙ୍କ ପ୍ରେସମିଟ୍, ପ୍ରଥମେ ଆସିପାରେ ସମ୍ବଲପୁର ରେଜଲ୍ଟ

ଭୁବନେଶ୍ୱର ୨୧/୫: ଆସନ୍ତା ୨୩ରେ ୧୪୭ ବିଧାନସଭା ଓ ୨୧ ଲୋକସଭାର ହେବ ଭୋଟ୍ ଗଣତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀ । ଭୋଟ୍ ଗଣତି ନେଇ CEO ସୁରେନ୍ଦ୍ର କୁମାରଙ୍କ ପ୍ରେସ୍ମିଟ ।
ଆସନ୍ତା ୨୩ରେ ୧୪୭ ବିଧାନସଭା ଓ ୨୧ ଲୋକସଭାର ଭୋଟ୍ ଗଣତି ହେବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ଟେବୁଲ୍ରେ ୩ ଅଧିକାରୀ ରହିବେ । ପୂର୍ବାପେକ୍ଷା ୪୧୧ଟି ଟେବୁଲ୍ ବୃଦ୍ଧି କରାଯାଇଛି ବୋଲି ସିଇଓ ସୂଚନା ଦେଇଛନ୍ତି । ମୋଟ ୨୫ ଶହ ଟେବୁଲ୍ରେ ଭୋଟ୍ ଗଣତି କରାଯିବ ।
ରାଜ୍ଯର ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି କରାଯିବ ବୋଲି ସିଇଓ ସୂଚନା ଦେଇଛନ୍ତି । ଗୋଟିଏ ହଲରେ ୭+୭ ମୋଟ ୧୪ଟି ଟେବୁଲ ରହିବ । ୭ଟି ଟେବୁଲରେ ଲୋକସଭା ଏବଂ ୭ଟି ଟେବୁଲରେ ବିଧାନସଭା ଗଣତି ହେବ ।
ଚଳିତଥର ଏକ ଲକ୍ଷ ପୋଷ୍ଟାଲ୍ ବାଲେଟ୍ ମିଳିଛି । ୬ ହଜାର ୭ ଜଣ କର୍ମଚାରୀ ଭୋଟ୍ ଗଣତିରେ ନିୟୋଜିତ ରହିବେ । ପ୍ରତ୍ୟେକ ଟେବୁଲ୍ରେ ଜଣେ ମାଇକ୍ରୋ ଅବ୍ଜରଭର୍ ମଧ୍ଯ ରହିବେ । ତେବେ ପ୍ରଥମ ସମ୍ବଲପୁର ରେଜଲ୍ଟ ଆସିପାରେ ବୋଲି ସିଇଓ ସୂଚନା ଦେଇଛନ୍ତି । ସର୍ବନିମ୍ନ ୧୯ ରାଉଣ୍ଡରେ ସମ୍ବଲପୁର ବିଧାନସଭା ଗଣତି ଶେଷ ହେବ ।