PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

୬ତାରିଖରୁ ଆରମ୍ଭ ଚୈତ୍ର ନବରାତ୍ରୀ, କେଉଁ ମୁହୂର୍ତ୍ତ ଓ ବିଧି ଅନୁସାରେ ପୂଜା କରିଲେ ମିଳିବ ସୁଫଳ ଜାଣନ୍ତୁ…

ବର୍ଷରେ ଦୁଇ ଥର ନବରାତ୍ରୀ ପଡ଼ିଥାଏ। ବର୍ଷରେ ଆରମ୍ଭରେ ପଡ଼ୁଥିବା ନବରାତ୍ରୀକୁ ଚୈତ୍ର ନବରାତ୍ରି କୁହାଯାଏ। ଏହି ୯ ଦିନ ପର୍ଯ୍ୟନ୍ତ ମାତାଙ୍କ ୯ଟି ସ୍ବରୁପକୁ ପୂଜା ଅର୍ଚ୍ଚନା କରାଯାଏ। ନବରାତ୍ରୀରେ ଦେବୀ ମା’ଙ୍କୁ ଆରାଧନା କରିବା ଦ୍ବାରା ଭକ୍ତଙ୍କ ମନକାମନା ପୁରା ହୋଇଥାଏ  । ଏହି କାରଣରୁ ବି ମା’ଙ୍କୁ ପୂଜା କରିବା ସହିତ ସ୍ଥାପନା କରାଯାଇଥାଏ। ଘଟ ସ୍ଥାପନା ଅର୍ଥାତ୍ କଳସ ସ୍ଥାପନା କରିବା। ଏହି ପୂଜାକୁ ସଠିକ ମୁହୂର୍ତ୍ତ ଦେଖି କରିବା କଥା। ଏହା ବ୍ୟତୀତ ପୂଜା ବିଧିକୁ ଧ୍ୟାନ ରଖିବା କଥା। ତେବେ ଜାଣନ୍ତୁ ଏହି ବର୍ଷରେ କେଉଁ ଦିନରେ କେଉଁ ନବରାତ୍ରୀ ପଡ଼ୁଛି। ଏହା ସହିତ କେଉଁ ମୁହୁର୍ତ୍ତରେ ଘଟ ସ୍ଥାପନା କରିବେ ଆସନ୍ତୁ ଜାଣିବା…

୬ ଏପ୍ରିଲ ଶନିବାର ଦିନ ପ୍ରଥମ ନବରାତ୍ରି ପଡ଼ୁଥିବାବେଳେ ୭ ଏପ୍ରିଲ ରବିବାର ଦିନ ଦ୍ବିତୀୟ ନବରାତ୍ରି, ୮ ଏପ୍ରିଲlର ତୃତୀୟ ନବରାତ୍ରି, ୯ ଏପ୍ରିଲl ମଙ୍ଗଳବାର ଦିନ ଚତୁର୍ଥ ନବରାତ୍ରି, ୧୦ ଏପ୍ରିଲ ବୁଧବାର ଦିନ ପଞ୍ଚମ ନବରାତ୍ରି, ୧୧ ଏପ୍ରିଲ ଗୁରୁବାର ଦିନ ଷଷ୍ଠ ନବରାତ୍ରି, ୧୨ ଏପ୍ରିଲ ଶୁକ୍ରବାର ଦିନ ସପ୍ତମ ନବରାତ୍ରି, ୧୩ ଏପ୍ରିଲ ଶନିବାର ଦିନ ଅଷ୍ଟମୀ ଓ ୧୫ ଏପ୍ରିଲ ରବିବାର ଦିନ ନବମୀ ପଡ଼ୁଛି।

ଚଳିତ ବର୍ଷ ଏପ୍ରିଲ ୬ରୁ ଅର୍ଥାତ୍ ଶନିବାରରୁ ନବରାତ୍ରି ଆରମ୍ଭ ହେଉଛି। ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଦିନ ଅଭିଜିତ ମୁହୁର୍ତ୍ତରେ ୬ଟା ୯ମିନିଟରୁ ନେଇ ୧୦ଟା ୧୯ମିନିଟ ମଧ୍ୟରେ ଘଟ ସ୍ଥାପନା କରିବା ଶୁଭ ବୋଲି କୁହାଯାଇଛି।

୧. ଘଟ ସ୍ଥାପନା କରିବା ପାଇଁ କଳସ ଦରକାର। ଏହି କଳସ ମାଟି, ସୁନା, ରୂପା, ତମ୍ବା ଅଥବା ପିତଳରେ ହେବା ଦରକାର। କିନ୍ତୁ ଲୁହା କିମ୍ବା ଷ୍ଟିଲର ପ୍ରୟୋଗ କରିବେ ନାହିଁ।

୨. ଅରୁଆ ଚାଉଳ, ପଇସା, ମାଟିର ପାତ୍ର, ଗଙ୍ଗା ଜଳ, ପଇଡ଼, ନାଲି କପଡ଼ା, ନାଲି ସୂତା, ପଞ୍ଚ ତନ୍ତ୍ର ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ଆବଶ୍ୟକ ହୋଇଥାଏ।

ସମ୍ବନ୍ଧିତ ଖବର