ଫିରିଙ୍ଗିଆ,୧୫l୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡ଼ି ପଞ୍ଚାୟତ ଭୃଙ୍ଗିଜଯୋଡ଼ି ଗ୍ରାମର ଶ୍ରାମ୍ବୁ ରାହାକ ଗାଁର ୬୭ ବର୍ଷୀୟ ଅବିବାହିତା ବୃଦ୍ଧା ଚମ୍ପି କହଁର ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ । ଏହି ଅବିବାହିତା ବୃଦ୍ଧା ସାତ ବର୍ଷ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ ଦୌଡ଼ି ଶେଷରେ ନିରାଶ ହୋଇ ଘରେ ଭୋକ ଉପାସରେ ଦିନ କାଟୁଛନ୍ତି । ସରକାର ବଦଳିଛି ହେଲେ ତାଙ୍କ ସମସ୍ୟା ସୁଧୁରିନି । ସରକାରଙ୍କ ଯୋଜନା ସଠିକ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚିବାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି ।
ଅସହାୟ ଗରିବ ଶ୍ରେଣୀର ଅବିବାହିତା ବୃଦ୍ଧା ଚମ୍ପି କହଁରଙ୍କ ଉପରେ ଏ ପର୍ଯ୍ୟନ୍ତ କାହିଁକି ପ୍ରଶାସନର ଦୃଷ୍ଟି ପଡ଼ି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଣୁ ଏହି ବୃଦ୍ଧାଙ୍କ ପ୍ରତି ପ୍ରଶାସନ ଦୃଷ୍ଟିରେ ରଖି ଏହି ଗରୀବ ଅସହାୟ ଅତିବାହିତ ବୃଦ୍ଧାଙ୍କୁ ଦୟାକରି ତୁରନ୍ତ ପଦକ୍ଷେପ ନେଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ନିମନ୍ତେ ଗ୍ରାମବାସୀ ଅଭିଯୋଗ କରିଛନ୍ତି।